ଓଡିଶା

odisha

ETV Bharat / bharat

କୋରୋନା ସଂକ୍ରମିତଙ୍କ ମୃତଦେହକୁ ଗାତରେ ପକାଇଲେ ସରକାରୀ କର୍ମଚାରୀ, ଭିଡିଓ ଭାଇରାଲ୍ - corona treatment

ଦେଶରେ ବଢୁଥିବା କୋରୋନା ମଧ୍ୟରେ ପୁଡୁଚେରୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଶନିବାର କୋରୋନାରୁ ମୃତ୍ୟୁବରଣ କରିଥିବା ଜଣେ 43 ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ସହିତ ଅସଦାଚରଣର ଭିଡିଓ ଭାଇରାଲ ହେବା ପରେ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।

puducherry
ମୃତଦେହକୁ ଗାତରେ ପକାଇଲେ ସରକାରୀ କର୍ମଚାରୀ

By

Published : Jun 7, 2020, 1:59 PM IST

ପୁଡୁଚେରୀ: ଦେଶରେ ବଢୁଥିବା କୋରୋନା ମଧ୍ୟରେ ପୁଡୁଚେରୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଶନିବାର କୋରୋନାରୁ ମୃତ୍ୟୁବରଣ କରିଥିବା ଜଣେ 43 ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ସହିତ ଅସଦାଚରଣର ଭିଡିଓ ଭାଇରାଲ ହେବା ପରେ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖିବାକୁ ମିଳେ ଯେ ସରକାରୀ କର୍ମଚାରୀମାନେ ମୃତଦେହକୁ ସିଧାସଳଖ ଷ୍ଟ୍ରେଚରରୁ ଗର୍ତ୍ତରେ ଫିଙ୍ଗି ଦେଉଛନ୍ତି। କୋରୋନା ରୋଗୀଙ୍କ ସହିତ ଏହି ପ୍ରକାର ଆଚରଣ ଅତ୍ୟନ୍ତ ଚିନ୍ତାଜନକ ଅଟେ ।

ସୂଚନାନୁସାରେ, 43 ବର୍ଷିୟ ମୃତ ଚେନ୍ନାଇର। ସେହି ବ୍ୟକ୍ତିଙ୍କ ପତ୍ନୀ ପୁଡୁଚେରୀରେ ତାଙ୍କ ପିତାମାତାଙ୍କ ସହ ରହୁଥିଲେ। ତାଙ୍କ ପତ୍ନୀଙ୍କୁ ଭେଟିବା ପାଇଁ ପୁଡୁଚେରୀ ଆସିଥିଲେ । ଯେତେବେଳେ ଏହି ବ୍ୟକ୍ତି ଏଠାରେ ପହଞ୍ଚିଲେ, ହଠାତ୍ ଛାତିରେ ଯନ୍ତ୍ରଣା ଆରମ୍ଭ ହେଲା । ଏହା ପରେ ତାଙ୍କୁ ପୁଡୁଚେରୀର ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତଦେହ ବ୍ୟବଚ୍ଛେଦ ପରେ କୋରୋନା ସଂକ୍ରମଣ ଯାଞ୍ଚ କରିବା ପାଇଁ ରୁଟିନ୍ ପରୀକ୍ଷା କରାଯାଇଥିଲା, ଯାହା ପରେ ଜଣାପଡିଥିଲା ​​ଯେ ବ୍ୟକ୍ତି ଜଣକ କୋରୋନା ସଂକ୍ରମିତ ହୋଇଥିଲେ। ଏହି ବ୍ୟକ୍ତିଙ୍କ ପରିବାର ଶେଷ ରୀତିନୀତି କରିବାରେ ଅସମର୍ଥ, ତେଣୁ ସରକାରୀ ଦଳ ଶବକୁ ସମାଧି ପାଇଁ ନେଇ ଯାଇଥିଲେ। ତେବେ ସରକାରୀ କର୍ମଚାରୀମାନେ ମୃତଦେହକୁ କବର ଦେବା ପରିବର୍ତ୍ତେ ଏହାକୁ ଗର୍ତ୍ତରେ ଫିଙ୍ଗି ଦେଇଥିଲେ।

ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଡୁଚେରୀର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ଼ଃ ମୋହନ କୁମାର କହିଛନ୍ତି ଯେ ସରକାରୀ କର୍ମଚାରୀମାନେ କୋରୋନାକୁ ଡରୁଛନ୍ତି, ଯେଉଁ କାରଣରୁ ସେମାନେ ଏପରି ଭୁଲ କରିଛନ୍ତି। ସେମାନେ ମୃତଦେହକୁ କବର ଦେବାକୁ ଯାଉଥିଲେ, କିନ୍ତୁ ସେଠାରେ ମାଟି ସମତୂଲ ନଥିବା କାରଣରୁ ସେମାନଙ୍କର ଭାରସାମ୍ୟ ହରାଇଥିଲେ ଓ ମୃତଦେହ ଗର୍ତ୍ତରେ ପଡିଗଲା। ଆମେ ସେମାନଙ୍କୁ ଚେତାବନୀ ଦେଇଛୁ ଯେ ଏହା ଆଉ ଘଟିବ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଏହି ମାମଲା ବିଷୟରେ ଜିଲ୍ଲା କର୍ତ୍ତୃପକ୍ଷ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଛୁ। ଆମେ ସେମାନଙ୍କୁ କହିଛୁ ଯେ ଏହା ହୋଇ ନଥାନ୍ତା । ଏପରି ଭୁଲ ଆଉ ଗ୍ରହଣ କରାଯିବ ନାହିଁ । ସୂଚନାଯୋଗ୍ୟ ଯେ ହସ୍ପିଟାଲର ଅଧିକାରୀ, ରାଜସ୍ବ, ସ୍ବାସ୍ଥ୍ୟ ଓ ପୋଲିସ ସମସ୍ତେ କୋରୋନା ରୋଗୀଙ୍କ ମୃତଦେହକୁ କବର ଦେବାକୁ ଯାଇଥିଲେ। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି ଯେ ଆମେ ସେମାନଙ୍କୁ ଗମ୍ଭୀର ଚେତାବନୀ ଦେଇଛୁ।

ABOUT THE AUTHOR

...view details