ଲକ୍ଷ୍ମୌ: ଗୋଟିଏ ପରିବାରର ଚାଲିଯାଇଛି 3 କଅଁଳ ଶିଶୁଙ୍କ ଜୀବନ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ କୂଅରୁ ଉଦ୍ଧାର କରିଛି ଶିଶୁଙ୍କ ମୃତଦେହ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି କରିଛି ।
କୂଅରୁ ଗୋଟିଏ ପରିବାରର 3 ଶିଶୁଙ୍କ ମୃତଦେହ ଉଦ୍ଧାର - retrieved
ଏକ କୂଅରୁ ଉଦ୍ଧାର ହେଲା 3 ଶିଶୁଙ୍କ ମୃତଦେହ । ଘଟଣାର କାରଣ ସ୍ପଷ୍ଟ ହୋଇନଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ଖେଳାଇ ଦେଇଛି ଆତଙ୍କ ।
![କୂଅରୁ ଗୋଟିଏ ପରିବାରର 3 ଶିଶୁଙ୍କ ମୃତଦେହ ଉଦ୍ଧାର](https://etvbharatimages.akamaized.net/etvbharat/prod-images/768-512-3377422-593-3377422-1558769501297.jpg)
ଫଟୋ ସୌଜନ୍ଯ: ଏଏନଆଇ
ସଲେମପୁର ଅଞ୍ଚଳରେ ଗୋଟିଏ ପରିବାରର 3 ଶିଶୁଙ୍କ ଏପରି ମୃତ୍ୟୁ ଘଟଣାର ପରଦା ହଟି ନଥିବାବେଳେ ଏସଏସପି ଏନ. କୋଲାଞ୍ଚି ଜଣେ କନଷ୍ଟେବଳ ଓ ଜଣେ ଏସ.ଏଚ.ଓ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।
ଏହି ଘଟଣାର ତଦନ୍ତ ପାଇଁ 4 ଟି ଟିମ୍ ନିୟୋଜିତ ହୋଇଛନ୍ତି । ମାମଲାରେ ଜଡିତ ଥିବା ଦୋଷୀଙ୍କୁ ଶୀଘ୍ର ଧରାଯିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସଏସପି ।