ଓଡିଶା

odisha

ETV Bharat / bharat

ଝଡ ତୋଫାନରେ ବୁଡିଲା ଡଙ୍ଗା, ଉଦ୍ଧାର କାର୍ଯ୍ୟ ଜାରି

ଗଙ୍ଗା ନଦୀ ନିକଟରେ ବୋହିଯାଉଥିବା ଧାର ନଦୀରେ ବୁଡିଲା ଡଙ୍ଗା । ଏଥିରେ ପ୍ରାୟ 10 ରୁ 12 ଜଣ ଯାତ୍ରୀ ଥିବା ଜଣାପଡିଛି । ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

By

Published : Aug 20, 2020, 5:36 PM IST

ଝଡ ତୋଫାନରେ ବୁଡିଲା ଡଙ୍ଗା, ଉଦ୍ଧାର କାର୍ଯ୍ୟ ଜାରି
ଝଡ ତୋଫାନରେ ବୁଡିଲା ଡଙ୍ଗା, ଉଦ୍ଧାର କାର୍ଯ୍ୟ ଜାରି

ପାଟନା: ଗଙ୍ଗା ନଦୀ ନିକଟରେ ବୋହିଯାଉଥିବା ଧାର ନଦୀରେ ବୁଡିଲା ଡଙ୍ଗା । ଏଥିରେ ଅନେକ ଯାତ୍ରୀ ଥିବା ଜଣାପଡିଛି । ଡଙ୍ଗାରେ ଥିବା ଯାତ୍ରୀ ସାମଗ୍ରୀ ଆଣିବାକୁ ଅନ୍ୟ ପାର୍ଶ୍ବକୁ ଯାଉଥିଲେ । ପ୍ରବଳ ଝଡ଼ ଓ ପବନ ଯୋଗୁଁ ଡଙ୍ଗା ବୁଡ଼ି ଯାଇଥିବା ଜଣାପଡିଛି । ତେବେ ଘଟଣାରେ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି । ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଝଡ ତୋଫାନରେ ବୁଡିଲା ଡଙ୍ଗା, ଉଦ୍ଧାର କାର୍ଯ୍ୟ ଜାରି

ବିହାର କଟିହାରର ଗୋବିନ୍ଦପୁର ପଞ୍ଚାୟତର ରଘୁନାଥପୁରରେ ଏହି ଘଟଣା ଘଟିଛି । ରଘୁନାଥପୁରରୁ ଅତିଆବଶ୍ୟକୀୟ ସାମଗ୍ରୀ ଆଣିବାକୁ ଶଙ୍କରବାନ୍ଧ ଅଭିମୁଖେ ଡଙ୍ଗାରେ ଯାଉଥିଲେ ଗ୍ରାମର କିଛି ଲୋକ । ଡଙ୍ଗାରେ ପ୍ରାୟ 10 ରୁ 12 ଜଣ ଯାତ୍ରୀ ଥିବା ଜଣାପଡିଛି । ସେମାନଙ୍କ ମଧ୍ୟରେ ଶିଶୁ ମଧ୍ୟ ରହିଛନ୍ତି । ସେପଟେ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details