ଶ୍ରୀନଗର: ଜମ୍ମୁକାଶ୍ମୀରରେ ବିଜେପିର ଦଳୀୟ କର୍ମୀ ଡଙ୍ଗାରେ କ୍ୟାମ୍ପେନିଂ କରୁଥିବା ବେଳେ ଘଟିଲା ଅଘଟଣ । ଏଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା କର୍ମୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ ମୃତ୍ୟୁ ବରଣ କରିଥିବା ତିନି ଜଣ ସାମ୍ବାଦିକ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଜମ୍ମୁ କାଶ୍ମୀରର ଡାଲ ହ୍ରଦରେ ବିଜେପିର ପ୍ରଚାର କାର୍ଯ୍ୟକ୍ରମ ଚାଲିଥିଲା । ଯେଉଁଥିରେ ଶହ ଶହ କର୍ମୀ ଯୋଗ ଦେଇଥିଲେ । ଡଙ୍ଗାରେ ବସି ଦଳୀୟ କର୍ମୀମାନେ କ୍ୟାମେନିଂ କରୁଥିଲ । ଖବର ସଂଗ୍ରହ କରିବାକୁ ଯାଇଥିବା କିଛି କ୍ୟାମେରାମ୍ୟାନ ମଧ୍ୟ ଉକ୍ତ ଡଙ୍ଗାରେ ଥିଲେ । ହେଲେ ହଠାତ ଡଙ୍ଗାଟା ବୁଡି ଯାଇଥିଲା ଓ ତିନି ଜଣ ମୃତ୍ୟୁବରଣ କରିଛନ୍ତି ।