ଓଡିଶା

odisha

ETV Bharat / bharat

କ୍ରିଷ୍ଣା ନଦୀରେ ଓଲଟିଲା ଡଙ୍ଗା: 9 ମୃତ, 6 ନିଖୋଜ - କ୍ରିଷ୍ଣା ନଦୀରେ ଓଲଟିଲା ଡଙ୍ଗା

ସାଙ୍ଗଲି ଜିଲ୍ଲା ପଲୁସ ବ୍ଲକ ଭମନାଲରେ ଏକ ଡଙ୍ଗା ଓଲଟି 9 ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି 6 ଜଣ ନିଖୋଜ ଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

By

Published : Aug 8, 2019, 2:51 PM IST

Updated : Aug 8, 2019, 3:55 PM IST

ମୁମ୍ବାଇ: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ଅଭାବନୀୟ ଘଟଣା ଘଟିଛି । ସାଙ୍ଗଲି ଜିଲ୍ଲା ପଲୁସ ବ୍ଲକ ଭମନାଲରେ ଏକ ଡଙ୍ଗା ଓଲଟି 9 ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି 6 ନିଖୋଜ ଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସୂଚନାନୁସାରେ ଡଙ୍ଗାରେ 27-30 ଲୋକ ଯାତ୍ରା କରୁଥିବା ଅନୁମାନ କରାଯାଉଛି । ତେବେ ଦୁର୍ଘଟଣାଗ୍ରସ୍ତ ଡଙ୍ଗାଟି କୌଣସି କମ୍ପାନୀ କିମ୍ବା ସଂସ୍ଥାର ନୁହେଁ । ଏହା ଗ୍ରାମବାସୀଙ୍କ ନିଜସ୍ବ ଥିଲା । ନିଖୋଜ ଥିବା ଲୋକଙ୍କୁ ଖୋଜିବାକୁ ତଦନ୍ତ ଜାରି ରହିଛି । ସେପଟେ ମୃତକଙ୍କ ପରିବାରକୁ ମହାରାଷ୍ଟ୍ର ସରକାର ପକ୍ଷରୁ 5 ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରାଯାଇଛି ।

Last Updated : Aug 8, 2019, 3:55 PM IST

ABOUT THE AUTHOR

...view details