ଓଡିଶା

odisha

By

Published : Jun 1, 2020, 8:24 PM IST

ETV Bharat / bharat

ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କଲା NIOS

ଜାତୀୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ 'ନିଓଶ' ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛନ୍ତି। ଏହି ପରୀକ୍ଷା ଜୁଲାଇ 17 ରୁ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ...

ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କଲା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲ
ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କଲା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲ

ନୂଆଦିଲ୍ଲୀ: କୋରୋନା ପାଇଁ ସାରା ଦେଶ ଆତଙ୍କିତ । ଆଉ ଏହାକୁ ରୋକିବାକୁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିଲେ । ଏହି ଲକଡାଉନ କାରଣରୁ ଖୁଚୁରା ଦୋକାନୀଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟବସାୟୀମାନେ ମଧ୍ୟ ବହୁ କ୍ଷତିର ସାମ୍ନା କରିଛନ୍ତି । ଆଉ ଏଥିରୁ ବାଦ ପଡ଼ିନାହାନ୍ତି ଛାତ୍ରଛାତ୍ରୀ । କୋରୋନା ପାଇଁ ସବୁ ପରୀକ୍ଷାକୁ ବାତିଲ କରିଥିଲେ ସରକାର ।

ଜାତୀୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ 'ନିଓଶ' ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛନ୍ତି। ଏହି ପରୀକ୍ଷା ଜୁଲାଇ 17 ରୁ ଅନୁଷ୍ଠିତ ହେବ | ପଦାର୍ଥ ବିଜ୍ଞାନ, ଇତିହାସ, ଲାଇବ୍ରେରୀ ଏବଂ ସୂଚନା ବିଜ୍ଞାନ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସଂସ୍କୃତ ବ୍ୟାକରଣ ପରୀକ୍ଷା ଜୁଲାଇ 17 ରେ ହେବ ବୋଲି ନିଶଙ୍କ କହିଛନ୍ତି । NIOSର ଅଫିସିଆଲ୍ ସାଇଟରେ ସମ୍ପୂର୍ଣ୍ଣ ତାରିଖସିଟ୍ ଉପଲବ୍ଧ |

ମାର୍ଚ୍ଚ 24 ରୁ ଏପ୍ରିଲ 24 ପର୍ଯ୍ୟନ୍ତ NIOS ପରୀକ୍ଷା ଅନୁଷ୍ଠିତ ହେବାର ଥିଲା କିନ୍ତୁ COVID-19 ଏବଂ ଲକଡାଉନ୍ କାରଣରୁ ଏହାକୁ ସ୍ଥଗିତ ରଖିବାକୁ ପଡିଲା | ଏହାପୂର୍ବରୁ ଉତ୍ତର-ପୂର୍ବ ଦିଲ୍ଲୀର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଏବଂ ସାରାଦେଶର ଦୁଇଟି ଶ୍ରେଣୀର ଛାତ୍ରମାନଙ୍କ ବଳକା ବିଷୟ, ଯେଉଁମାନେ ଦେଶବ୍ୟାପୀ ତାଲାବନ୍ଦ କାରଣରୁ ପରୀକ୍ଷା ଦେଇପାରି ନଥିଲେ , ସେମାନଙ୍କ ପାଇଁ ନୂତନ ତାରିଖ ଘୋଷଣା କରିଛି ସିବିଏସଇ । ଜୁଲାଇ 1 ରୁ ସିବିଏସ୍ଇ ଏମାନଙ୍କ ପାଇଁ ବୋର୍ଡ ପରୀକ୍ଷା ପ୍ରସ୍ତୁତ କରିବ ।

@ IANS

ABOUT THE AUTHOR

...view details