ଓଡିଶା

odisha

ETV Bharat / bharat

ଭାରତ ଚୀନ ତିକ୍ତତା, ଲଦାଖ ଆକାଶରେ ଚକ୍କର କାଟିଲା ରାଫେଲ - Blow to China as Indian Army takes control of 6 new major peaks along LAC

ଲଦାଖର ପୂର୍ବ ଅଞ୍ଚଳରେ 6 ଟି ଶିଖର ଭାରତ ଦଖଲ କରିବା ସହିତ ସେନା ବର୍ତ୍ତମାନ ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମିର ଗତିବିଧି ଉପରେ ନଜର ରଖିବା ପାଇଁ ଭଲ ସ୍ଥିତିରେ ଅଛି। ଏହି ସମୟରେ ଭାରତୀୟ ବାୟୁସେନାର ନୂତନ ବାହିନୀ ରାଫେଲ ଯୁଦ୍ଧ ବିମାନ ମଧ୍ୟ ଲଦାଖର ଆକାଶରେ ଉଡ଼ିବା ଆରମ୍ଭ କରିଛି ।

ତିକ୍ତତା ତାଉରେ ଭାରତ ଚୀନ ବିବାଦ, ଲଦାଖ ଆକାଶରେ ଚକ୍କର କାଟିଲା ରାଫେଲ
ତିକ୍ତତା ତାଉରେ ଭାରତ ଚୀନ ବିବାଦ, ଲଦାଖ ଆକାଶରେ ଚକ୍କର କାଟିଲା ରାଫେଲ

By

Published : Sep 21, 2020, 11:03 AM IST

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ତୁ ତୁ ମେଁ ମେଁ ଥମିବାର ନାଁ ଧରୁନି। ତିକ୍ତତା ଚରମ ସୀମାରେ ପହଁଞ୍ଚୁଥିବା ବେଳେ ବାରମ୍ବାର ଡକାଯାଉଛି କମାଣ୍ଡର ସ୍ତରୀୟ ବୈଠକ। ଚୀନ ତାର ଚାଲାକି ଛାଡିବାକୁ ନଛୋଡବନ୍ଧା ହୋଇଥିବା ବେଳେ ଜବାବ ଦେବାକୁ ପଣ କରିନେଇଛି ଭାରତ।

ହାତରେ ନମାରି ଭାତରେ ମାରିବାକୁ ଦେଶ ପ୍ରଚେଷ୍ଟା କରୁଥିବା ବେଳେ ରାଗରେ ରକ୍ତ ଚାଉଳ ଚୋବାଉଛି ଚୀନ। ତେବେ ଦୀର୍ଘ ମାସ ଧରି ଚାଲିଥିବା ଏହି ଅଶାନ୍ତି ପରିସ୍ଥିତି ମଧ୍ୟରେ ଆଜି ପୁଣି ଥରେ କର୍ପସ କମାଣ୍ଡର ସ୍ତରରେ ପୁଣି ଥରେ ଆଲୋଚନା ହେବାକୁ ଯାଉଛି ।

ତେବେ ଲଦାଖର ପୂର୍ବ ଅଞ୍ଚଳରେ 6 ଟି ଶିଖରକୁ ଭାରତ ଦଖଲ କରିବା ସହିତ ସେନା ବର୍ତ୍ତମାନ ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମିର ଗତିବିଧି ଉପରେ ନଜର ରଖିବା ପାଇଁ ଭଲ ସ୍ଥିତିରେ ଅଛି। ଏହି ସମୟରେ ଭାରତୀୟ ବାୟୁସେନାର ନୂତନ ବାହିନୀ ରାଫେଲ ଯୁଦ୍ଧ ବିମାନ ମଧ୍ୟ ଲଦାଖର ଆକାଶରେ ଉଡ଼ିବା ଆରମ୍ଭ କରିଛି ।

ରାଫେଲ ଯୁଦ୍ଧବିମାନ ରବିବାର ବିଳମ୍ବିତ ରାତିରେ ଅମ୍ବାଲା ଏୟାରବେସରୁ ଉଡ଼ାଣ ଭରି ଲଦାଖକୁ ଯାଇ ପରିସ୍ଥିତିରେ ସୀମାର ସ୍ଥିତିକୁ ଅନୁଧ୍ୟାନ କରିଛି । ଚୀନ ସେନାର ଆକ୍ରମଣାତ୍ମକ ପ୍ରକୃତିକୁ ଧ୍ୟାନରେ ରଖି ଆଇଏଏଫ ଏହାର ଯୁଦ୍ଧ ଦକ୍ଷତା ବୃଦ୍ଧି କରିବାକୁ ଚାହୁଁଛି । ନିକଟରେ ଏଲଏସି ନିକଟରେ ଚୀନ୍ ସୈନ୍ୟଙ୍କ ଦ୍ବାରା ଗୁଳି ଚଳାଇବା ଘଟଣା ପରେ ଭାରତୀୟ ସେନା ସତର୍କ ରହିଛି।

ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ସେନା ସଜାଗ ରହିବା ସହିତ ବାୟୁସେନା ମଧ୍ୟ ଚୀନ୍ ଉପରେ ନଜର ରଖିଛି । ଏଭଳି ପରିସ୍ଥିତିରେ ବାୟୁସେନାର ମିଗ୍ -29, ତେଜସ୍ ଚୀନ୍ ସୀମା ନିକଟରେ ପୂର୍ବରୁ ଉଡାଣ କରିସାରିଥିବା ବେଳେ କିନ୍ତୁ ଏଥର ବାୟୁସେନା ରାଫେଲ ଯୁଦ୍ଧ ବିମାନକୁ ବ୍ୟବହାର କରିଛି, ଯାହା ଚୀନ୍‌କୁ ଚେତାବନୀ ଦେବା ପାଇଁ ପ୍ରସ୍ତୁତ ରହିଛି।

ପ୍ରଥମ ବୈଠକରେ ଜୁନ୍ 6 ରେ ଉଭୟ ପକ୍ଷ ଅସହଯୋଗ ପାଇଁ ଏକ ସହମତି ପ୍ରକାଶ କରିଥିଲେ କିନ୍ତୁ ଚୀନ୍ ଏହାକୁ ଉଲ୍ଲଂଘନ କରିଥିଲା ଯାହା ଦ୍ବାରା ଜୁନ୍ 15 ରେ ଗଲୱାନ ଘାଟିରେ ରକ୍ତାକ୍ତ ସଂଘର୍ଷ ଘଟି 20 ଭାରତୀୟ ଯବାନ ଶହୀଦ ହୋଇଥିଲେ।

ABOUT THE AUTHOR

...view details