ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ଉପରେ ଆଧାରିତ ପୁସ୍ତକର ପ୍ରକାଶନ ବନ୍ଦ ହେବା ପରଠାରୁ ବ୍ଲୁମ୍ସବରିର ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହି ପବ୍ଲିକେଶନ ସହିତ ଜଡିତ ଅନେକ ଲେଖକ ସେମାନଙ୍କର ପ୍ରକାଶନ ଅଧିକାର ପ୍ରତ୍ୟାହାର କରି ନେଇଛନ୍ତି । ଅନେକ ଲେଖକ ନିଜ ପୁସ୍ତକ ଏଠାରୁ ପ୍ରକାଶ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ପୁରା ଘଟଣା ଉପରେ ବ୍ଲୁମ୍ସବରି ଇଣ୍ଡିଆର ପ୍ରଥମ ହିନ୍ଦୀ ଲେଖକ ସନ୍ଦୀପ ଦେବଙ୍କ ସହ ଇଟିଭି ଭାରତ ଏକ ସ୍ବତନ୍ତ୍ର ସାକ୍ଷାତକାର କରିଛି। ସନ୍ଦୀପ ଦେବ ତାଙ୍କର ସମସ୍ତ ପ୍ରକାଶନ ଅଧିକାର ପ୍ରତ୍ୟାହାର କରିବାକୁ ବ୍ଲୁମ୍ସବରୀକୁ ଏକ ଆଇନଗତ ନୋଟିସ୍ ମଧ୍ୟ ପଠାଇଛନ୍ତି।
ବ୍ଲୁମସବରି ଇଣ୍ଡିଆ ପକ୍ଷରୁ ଏପର୍ଯ୍ୟନ୍ତ 6ଟି ପୁସ୍ତକ ଲେଖିଥିବା ସନ୍ଦୀପ ଦେବ କହିଛନ୍ତି, ବ୍ଲୁମସବରି ଇଣ୍ଡିଆ ବ୍ରିଟେନ କାର୍ଯ୍ୟାଳୟର ଚାପରେ ଭାରତୀୟ ଲେଖକଙ୍କ ଅଭିବ୍ୟକ୍ତି ଅଧିକାରକୁ ଭାଙ୍ଗି ଦେଇଛି । ଏହାର ତାର ଔପନିବେଶିକ ମାନସିକତାକୁ ପ୍ରତିଫଳିତ କରିଛି। 'ଦିଲ୍ଲୀ ଦଙ୍ଗା2020' ପୁସ୍ତକକୁ ନେଇ ହୋଇଥିବା ବିବାଦ ପୂର୍ବରୁ 'ଶାହିନ୍ ବାଗ: ଏକ ବିରୋଧରୁ ଏକ ଆନ୍ଦୋଳନ' ପୁସ୍ତକ ପ୍ରକାଶିତ ହୋଇଥିଲା । କିନ୍ତୁ ବ୍ଲୁମ୍ସବରି ଏହାକୁ ବନ୍ଦ କରି ନଥିଲା। ହେଲେ ଦିଲ୍ଲୀ ଦଙ୍ଗା ଉପରେ ଲେଖାଯାଇଥିବା ପୁସ୍ତକର ପ୍ରକାଶନ ବନ୍ଦ ହୋଇଯାଇଥିବା ସେ କହିଛନ୍ତି ।