ଅସୁବିଧା: ମୋ ପିତାଙ୍କର ବୟସ 57 ବର୍ଷ । ସେ ଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆମେ ଡାକ୍ତରଖାନାକୁ ନେଇଥିଲୁ । ବିଭିନ୍ନ ପରୀକ୍ଷା କରିବା ପରେ ତାଙ୍କ ଫୁସଫୁସରେ ଜମାଟ ହୋଇଥିବା ଡାକ୍ତର କହିଥିଲେ । ଏହି ଅସୁବିଧାଟି କ’ଣ ? ଏହା କିପରି ସୃଷ୍ଟି ହୋଇଥାଏ ? ଏହାର ପ୍ରତିକାର କଣ ? ଏହି ଅସୁବିଧାକୁ ଦୂର କରିବାକୁ କଣ ପ୍ରତିଷେଧକ ବ୍ୟବସ୍ଥା ରହିଛି ?
ପ୍ରତିକାର: ଆପଣଙ୍କ ପିତା ପୋଲମୋନାରୀ ଥ୍ରୋମ୍ବୋଇମ୍ବୋଲିଜିମରେ ପୀଡିତ ଅଛନ୍ତି । ଏହି ରୋଗ ଫୁସଫୁସରେ ଦେଖାଯାଇଥାଏ । ରୋଗଟି ଗୋଡର ଶିରାରୁ ସୃଷ୍ଟି ହେଉଥିବା ଦେଖାଯାଏ । ମାନବ ଶରୀରରେ ଦୂଷିତ ରକ୍ତ ଶିରା ଦେଇ ହୃତପିଣ୍ଡରେ ପହଞ୍ଚିଥାଏ । ସେହିପରି ଦୂଷିତ ରକ୍ତ ଫୁସଫୁସରେ ମଧ୍ୟ ପ୍ରବାହିତ ହୋଇଥାଏ । ପରବର୍ତ୍ତୀ ସମୟରେ ରକ୍ତ ଅମ୍ଳଜାନ ବହନ କରି ଶରୀରର ବିଭିନ୍ନ ଅଂଶରେ ପହଞ୍ଚେ । ଏହି ପ୍ରକ୍ରିୟା ଶରୀରରେ ନିରନ୍ତର ଚାଲିଥାଏ । ହେଲେ କେତେକ ଲୋକଙ୍କର ମାଂସପେଶୀର ଶିରାରେ ରକ୍ତ ଜମାଟ ବାନ୍ଧିଥାଏ । ଏହା ରକ୍ତ ସଂଚାଳନକୁ ମନ୍ଥର କରିଥାଏ । ରକ୍ତ ନଳୀ ଭିତର ପାର୍ଶ୍ବକୁ କ୍ଷତି ପହଞ୍ଚାଏ ।
ଯେଉଁମାନେ ଘଣ୍ଟାଘଣ୍ଟା ଧରି ବସି ରହନ୍ତି ବିଶେଷ କରି ସେମାନେ ଏହି ରୋଗରେ ପୀଡିତ ହେବାର ଦେଖାଯାଏ। କେତେକ କ୍ଷେତ୍ରରେ ଗୋଡର ଶିରାରେ ଜମାଟ ବାନ୍ଧିଥିବା ସ୍ଥାନରୁ କିଛି ଅଂଶ ପ୍ରବାହିତ ହୋଇ ଫୁସଫୁସକୁ ସଂଯୋଗ କରୁଥିବା ରକ୍ତ ନଳୀକୁ ଅବରୋଧ କରିଦିଏ । ଫଳରେ ଫୁସଫୁସର କାର୍ଯ୍ୟ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ । ଏହା ସହ ବିନା ଅମ୍ଳଜାନ ଯୁକ୍ତ ରକ୍ତ ହୃତପିଣ୍ଡରେ ପ୍ରବାହିତ ହେବା ଫଳରେ ଶ୍ବାସକ୍ରିୟାରେ ଅସୁବିଧା ସୃଷ୍ଟି ହୋଇଥାଏ । ଏହା ଦ୍ବାରା ଫୁସଫୁସ ସଙ୍କୁଚିତ ହେବା ସହ ଛାତି ଯନ୍ତ୍ରଣା ଆରମ୍ଭ ହୋଇଥାଏ । ଯଦି ରକ୍ତ ଜମାଟ ଦୃଷ୍ଟିଗୋଚର ହୁଏ ଡି-ଡିମର ପରୀକ୍ଷା କରାଯାଏ । ଯଦି ଛୋଟ ଜମାଟଗୁଡିକ ଦେଖାଯାଏ, ଫୁସଫୁସର ଆଞ୍ଜିଓଗ୍ରାମ ପରୀକ୍ଷା କରାଯାଇଥାଏ ।
ଯଦି ଅସୁବିଧା ସୁନିଶ୍ଚିତ ହୁଏ, ତେବେ ହେପାରିନ ନାମକ ଔଷଧକୁ ସାଲାଇନରେ ବହୁ ସମୟ ଧରି ଦିଆଯାଇଥାଏ । ଏହାପରେ ସେହି ଜମାଟ ଗୁଡିକ ରକ୍ତରେ ମିଶିଯାଇଥାଏ । ହେପାରିନ ଇଞ୍ଜେକସନ 24 ଘଣ୍ଟା ମଧ୍ୟରେ ଦିଆଯାଇଥାଏ । ଏହି ରୋଗର ପ୍ରଭାବ କମିବା ପରେ 6 ମାସ ପର୍ଯ୍ୟନ୍ତ ହେପାରିନ ବଟିକା ରୋଗୀକୁ ଦିଆଯାଇଥାଏ । ଯଦି ଅସୁବିଧା ସ୍ପଷ୍ଟ ହୋଇଥାଏ ଓ ଶ୍ବାସକ୍ରିୟାରେ କଷ୍ଟ ହୁଏ ତେବେ ଆଞ୍ଜିଓପ୍ଲାଷ୍ଟି କରାଯାଏ । ଏଥିରେ ଗୋଟିଏ ଛୋଟ ନଳି ସାହାଯ୍ୟରେ ଜଙ୍ଘର ମାଂସପେଶୀର ଜମାଟ ପର୍ଯ୍ୟନ୍ତ ପହଞ୍ଚାଇ ଦିଆଯାଇଥାଏ । ଏହାପରେ ଏଞ୍ଜାଇମ ଇଞ୍ଜେକସନ ଦିଆଯାଇଥାଏ । ଯଦି ତୁମ ପିତାଙ୍କୁ ହେପାରିନ ବଟିକା ଦିଆଯାଇଥାଏ । ତେବେ ତାଙ୍କର ଉତ୍ତମ ଯତ୍ନ ନିଆଯାଉଛି । ଯଦି ବଟିକାର ଡୋଜ ବଢାଇଦିଆଯାଏ, ତେବେ ରକ୍ତ କ୍ଷରଣ ହୋଇପାରେ । ଏହାପରେ ନିୟମିତ ପରୀକ୍ଷା ଓ ଔଷଧ ସେବନ କରିବା ଜରୁରୀ । ଯଦି ଜମାଟ ଗୁଡିକୁ ଗୋଡ ଶିରାରୁ ଦୂରେଇ ରଖାଯାଏ ଓ ନିୟମିତ ବ୍ୟାୟାମ କରାଯାଏ । ତେବେ ଏହି ରୋଗରୁ ଦୂରେଇ ରଖାଯାଇପାରେ ।
ଡ. ଆର. ବିଜୟ କୁମାର, ବରିଷ୍ଠ ଫୁସଫୁସ ବିଶେଷଜ୍ଞ