ଓଡିଶା

odisha

ETV Bharat / bharat

ଅନ୍ଧବିଶ୍ବାର ଅନ୍ଧଗଳିରେ ଆଧୁନିକ ଲୋକ, 3ଦିନ ଝିଅର ମୃତଦେହ ରଖିଲା ବାପା - ଝିଅ ବଞ୍ଚିବା ପାଇଁ ବାପା ପଢୁଛି ବାଇବେଲ

ଉତ୍ତରପ୍ରଦେଶର ମଉ ଜିଲ୍ଲାରୁ ଆସିଛି ଏକ ଆଶ୍ଚର୍ଯ୍ୟକର ଘଟଣା। 4 ବର୍ଷର ଝିଅର ମୃତ୍ୟୁ ପରେ ବି ମୃତଦେହକୁ ଘରେ ରଖି ବାଇବେଲ ପଢୁଛନ୍ତି ପିତା। ଶେଷ ଆଶା ଝିଅ ପୁଣିଥରେ ବଞ୍ଚି ଉଠିବ। ଅଧିକ ଖବର ପଢନ୍ତୁ...

ଅନ୍ଧବିଶ୍ବାର ଅନ୍ଧଗଳିରେ ଆଧୁନିକ ଲୋକ,3ଦିନ ଝିଅର ମୃତଦେହ ରଖିଲା ବାପା

By

Published : Nov 18, 2019, 2:35 PM IST

Updated : Nov 18, 2019, 2:57 PM IST


ଲକ୍ଷ୍ନୌ: ଯୁଗ ବଦଳୁଛି, ଦେଶବି ବଦଳୁଛି। ହେଲେ ବଦଳୁନି ଲୋକଙ୍କ ମାନସିକତା। ଅତ୍ୟାଧୁନିକତାର ଶିଖରରେ ରହି କଳାଯାଦୁ, ଗୁଣି ଗାରେଡି ଓ ଅନ୍ଧ ବିଶ୍ବାସରେ ଅଗାଧ ବିଶ୍ବାସ ରଖୁଛନ୍ତି ଲୋକେ।ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। କାରଣ ଡାକ୍ତରୀ ବିଦ୍ୟାକୁ ଚ୍ୟାଲେଞ୍ଜ ଦେଇ ପିତାମାତା ଅନ୍ଧବିଶ୍ବାସରେ ନିଜର 4 ବର୍ଷ ଝିଅର ମୃତଦେହକୁ ନିଜ ପାଖରେ ସାଇତି ରଖିଥିଲେ। ଶେଷ ଆଶା ଝିଅ ପୁଣିଥରେ ଜିଇଁ ଉଠିବ।

ସୂଚନା ଅନୁସାରେ, ଏହି ଘଟଣାଟି ଘଟିଛି ଉତ୍ତରପ୍ରଦେଶର ମଉ ଜିଲ୍ଲାରେ। ଅରବିନ୍ଦ ବନବାସୀ ବୋଲି ଜଣେ ବ୍ୟକ୍ତି ନିଜ 4 ବର୍ଷର ଝିଅ ଦେହ ଖରାପ ହେବାରୁ ଚିକିତ୍ସା ପାଇଁ 14 ନଭେମ୍ବରରେ ମେଡିକାଲ ନେଇଥିଲେ। ହେଲେ ଏହାର ଠିକ୍ ପରଦିନ ଝିଅର ମୃତ୍ୟୁ ହୋଇଥିଲା।

ଅରବିନ୍ଦ ବନବାସୀ ଏକ ଇଟାଭାଟିରେ କାମକରେ । ସେ 6 ବର୍ଷ ତଳେ ଖ୍ରୀଷ୍ଟୀଆନ ଧର୍ମ ଗ୍ରହଣ କରିଥିଲେ। ଝିଅର ମୃତ ଦେହକୁ ମହାପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପାଖରେ ରଖି ବାଇବେଲ ପଢିଲେ ଝିଅ ବଞ୍ଚିଯିବ ବୋଲି ନିଜର ବନ୍ଧୁ ପରିଜନ ବନବାସୀଙ୍କୁ କହିଥିଲେ। ଏହି ପରାମର୍ଶକୁ ବନବାସୀ ମାନିବା ସହ ଦୀର୍ଘ 3 ଦିନ ହେବ ଝିଅର ମୃତଦେହକୁ ଘରେ ରଖିଥିବା ପୋଲିସ କହିଛି। ବନବାସୀଙ୍କ ପଡୋଶୀ ଘଟଣା ବିଷୟରେ ଜାଣିବା ପରେ ପୋଲିସକୁ ଜଣାଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝାକରି ଶେଷକୃତ୍ୟ କରିବାରେ ସହାୟତା କରିଥିଲେ।

Last Updated : Nov 18, 2019, 2:57 PM IST

ABOUT THE AUTHOR

...view details