ବାଟଲ: ରବିବାର ପଞ୍ଜାବର ବାଟଲରେ ଦଶହରା ପାଳନ ବେଳେ ଅଘଟଣ । ରାବଣ ପୋଡି ସମୟରେ ଭୟଙ୍କର ବିସ୍ଫୋରଣ ଘଟିଛି । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାଁନ୍ତି ।
ଦଶହରା ଅବସରରେ ବାଟଲରେ ରାବଣ ପୋଡି ଉତ୍ସବ କଂଗ୍ରେସ ନେତାଙ୍କ ଦ୍ବାରା ଆୟୋଜିତ କରାଯାଇଥିଲା । ରାବଣର କୁଶପୁତ୍ତଳିକାରେ ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଅଶ୍ବିନୀ ସେଖରୀ ଅଗ୍ନି ସଂଯୋଗ କରିବା ସମୟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ସମୟରେ ରାବଣ ପୋଡି ଦେଖିବାକୁ ଆସିଥିବା ସ୍ଥାନୀୟ ଲୋକେ ଛିଟି କି ପଡିଥିଲେ । ତୁରନ୍ତ ଅଶ୍ବିନୀ ସେଖରୀ ଓ ତାଙ୍କର ସହକର୍ମୀ ଲୋକଙ୍କୁ ଉଦ୍ଧାର କରିଥିଲେ । ତେବେ ଏହି ବିସ୍ଫୋରଣରେ କୌଣସି ବଡ ଧରଣ କ୍ଷୟକ୍ଷତି ହୋଇନଥିବା ନେଇ ସୂଚନା ରହିଛି ।