ଲକ୍ଷ୍ନୌ: ଏଟାର ମିରହଚି ଥାନା ଅଞ୍ଚଳରେ ଶନିବାର ଗୋଟିଏ ଘରେ ନିଆଁ ଲାଗି ବିସ୍ଫୋରଣ ଘଟିଛି । ଘରେ ରଖାଯାଇଥିବା ବାଣ ଯୋଗୁଁ ବିସ୍ଫୋରଣ ହୋଇଥିବା ସୂଚନା ରହିଛି । ଏହି ବିସ୍ଫୋରଣରେ ପରିବାରର 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 8 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।
ସୂଚନା ଅନୁସାରେ ମୁନ୍ନି ଦେବୀ ନାମକ ମହିଳାଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା, ଆଉ ନିଆଁ ଲାଗିବା ପରେ ବଡ ଧରଣର ବିସ୍ଫୋରଣ ହୋଇଥିଲା । ଯାହାଦ୍ବାରା ଘରଟି ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲା । ଯାହାଫଳରେ ଘର ଭିତରେ ଥିବା ସମସ୍ତ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସୂଚନା ପରେ ଜିଲ୍ଲାପାଳ ସୁଖଲାଲ ଭାରତୀ ତଥା ଏସପି ସୁନୀଲ କୁମାର ସିଂହ ଉଦ୍ଧାରକାରୀ ଦଳ ସହ ଘଟଣା ସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।