ଓଡିଶା

odisha

By

Published : Jul 23, 2019, 10:09 PM IST

ETV Bharat / bharat

କାଶ୍ମୀରରେ ମଧ୍ୟସ୍ଥତା ପ୍ରସଙ୍ଗ: ମୋଦିଙ୍କୁ ଜବାବ ମାଗିଲେ ରାହୁଲ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାଶ୍ମୀର ବୟାନକୁ ନେଇ ମୋଦିଙ୍କୁ ଘେରିଲେ ରାହୁଲ ଗାନ୍ଧୀ । ଏ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ମୋଦି ଜବାବ ଦିଅନ୍ତୁ ବୋଲି ସେ କହିଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାଶ୍ମୀର ବୟାନକୁ ନେଇ ସରଗରମ ଜାତୀୟ ରାଜନୀତି । ସଂସଦରେ କଂଗ୍ରେସର ହଙ୍ଗାମା ଏବଂ ଲୋକସଭାରେ ୱାକଆଉଟ ପରେ ଏବେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦିଙ୍କୁ ଘେରିଛନ୍ତି । ମୋଦି ଦେଶବାସୀଙ୍କୁ ସତ କହିବା ଉଚିତ୍‌ ବୋଲି ସେ କହିଛନ୍ତି । ଏହା ସହିତ ପ୍ରସଙ୍ଗ ଉପରେ ମୋଦିଙ୍କ ଜବାବ ଦାବି କରିଛନ୍ତି ସେ ।

ଫଟୋ ସୌଜନ୍ୟ:ଟ୍ବିଟର@RahulGandhi

ରାହୁଲ ଟ୍ବିଟ କରି କହିଛନ୍ତି, ଯଦି ରାଷ୍ଟ୍ରପତି ଟ୍ରମ୍ପଙ୍କ କଥା ସତ ତାହେଲେ ମୋଦି ଭାରତୀୟଙ୍କ ସହ ଧୋକା କରିଛନ୍ତି । ଭାରତର ହିତ ଏବଂ 1972 ଶିମଲା ଚୁକ୍ତି ସହ ଧୋକା କରିଛନ୍ତି । ଏଥିରେ କେବଳ ବିଦେଶ ମନ୍ତ୍ରଣାଳୟର ବୟାନ ଯଥେଷ୍ଟ ନୁହେଁ । ଟ୍ରମ୍ପ ଏବଂ ତାଙ୍କ ମଧ୍ୟରେ ବୈଠକରେ କ'ଣ ଚର୍ଚ୍ଚା ହୋଇଥିଲା ସେ ନେଇ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ କୁହନ୍ତୁ ବୋଲି ରାହୁଲ କହିଛନ୍ତି । ତେବେ ରାହୁଲ ଏହି ଟ୍ବିଟରେ ମୋଦି ଏବଂ ଟ୍ରମ୍ପଙ୍କୁ ଟାଗ ମଧ୍ୟ କରିଛନ୍ତି।

ଆମେରିକା ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ଆମେରିକୀୟ ରାଷ୍ଟ୍ରପତିଙ୍କ ହ୍ବାଇଟ ହାଉସରେ ସାକ୍ଷାତକାର ସମୟରେ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବେ ଖବର ମିଳିଥିଲା । ଏହା ସହିତ ପାକ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ କାଶ୍ମୀର ବିବାଦରେ ମଧ୍ୟସ୍ଥତା କରିବା ପାଇଁ ମୋଦି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅନୁରୋଧ କରିଥିଲେ ।

ABOUT THE AUTHOR

...view details