ଓଡିଶା

odisha

ETV Bharat / bharat

କର୍ଣ୍ଣାଟକ ନାଟକ: ଶକ୍ତି ପରୀକ୍ଷଣ ପାଇଁ ନୂଆ ଡେଡଲାଇନ ଦେଲେ ବାଚସ୍ପତି - karnataka floor test will be held today

କଂଗ୍ରେସ-ଜେଡିଏସ ମେଣ୍ଟ ସରକାରଙ୍କୁ ପୁଣି ଏକ ନୂଆ ଡେଡଲାଇନ ଦେଇଛନ୍ତି ବାଚସ୍ପତି କେଆର ରମେଶ କୁମାର । ମଙ୍ଗଳବାର ସନ୍ଧ୍ୟା 6ଟା ସୁଦ୍ଧା କୁମାରସ୍ବାମୀଙ୍କ ସରକାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ବୋଲି ବିରୋଧୀଙ୍କୁ ଆଶ୍ବାସନା ଦେଇଛନ୍ତି ।

ଫାଇଲ ଫଟୋ

By

Published : Jul 23, 2019, 9:34 AM IST

Updated : Jul 23, 2019, 2:03 PM IST

ବେଙ୍ଗାଲୁରୁ: ଶେଷ ହେବାର ନାଁ ନେଉନାହିଁ କର୍ଣ୍ଣାଟକ ନାଟକ । ବାଚସ୍ପତିଙ୍କ ଡେଡଲାଇନ ସତ୍ତ୍ବେ ସୋମବାର ମଧ୍ୟ ହୋଇପାରିନାହିଁ ଆସ୍ଥା ଭୋଟ । ଫଳରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରଙ୍କୁ ପୁଣି ଏକ ନୂଆ ଡେଡଲାଇନ ଦେଇଛନ୍ତି ବାଚସ୍ପତି କେଆର ରମେଶ କୁମାର । ମଙ୍ଗଳବାର ସନ୍ଧ୍ୟା 6 ଟା ସୁଦ୍ଧା କୁମାରସ୍ବାମୀଙ୍କ ସରକାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ବୋଲି ବିରୋଧୀଙ୍କୁ ଆଶ୍ବାସନା ଦେଇଛନ୍ତି ସେ ।

ସୂଚନା ମୁତାବକ, ସୋମବାର ବିଧାନସଭାରେ ଶକ୍ତି ପରୀକ୍ଷଣକୁ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ କଂଗ୍ରେସ-ଜେଡିଏସ ଏବଂ ବିଜେପି ବିଧାୟକଙ୍କ ମଧ୍ୟରେ ହଟ୍ଟଗୋଳ ହୋଇଥିଲା । ଫଳରେ ବାଚସ୍ପତି ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଗୃହ ମୁଲତବୀ କରିବା ସହ ନୂଆ ଡେଡଲାଇନ ଉପରେ ନିଷ୍ପତ୍ତି ନେଇଥିଲେ ।

ତେବେ ହଙ୍ଗାମା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା କହିଥିଲେ, ମଙ୍ଗଳବାର କିଛି ସଦସ୍ୟଙ୍କ ସମ୍ବୋଧନ ପରେ ଆସ୍ଥା ଭୋଟର ପ୍ରକ୍ରିୟା ପୂରଣ କରାଯିବ । ଅପରାହ୍ନ ୪ଟା ସୁଦ୍ଧା ଚର୍ଚ୍ଚା ସମ୍ପୂର୍ଣ୍ଣ ହେବ ଏବଂ ୬ଟା ସୁଦ୍ଧା ଶକ୍ତି ପରୀକ୍ଷା ଶେଷ ହେବ ବୋଲି ସେ କହିଥିଲେ । ତେବେ ସିଦ୍ଧରମୈୟାଙ୍କ ବୟାନ ପରେ ସୋମବାର ରାତି ୧୧ଟା ୪୫ରୁ ମଙ୍ଗଳବାର ସକାଳ ୧୦ଟା ଯାଏଁ ବିଧାନସଭାର କାର୍ଯ୍ୟକାଳ ସ୍ଥଗିତ ରଖାଯାଇଥିଲା ।

Last Updated : Jul 23, 2019, 2:03 PM IST

ABOUT THE AUTHOR

...view details