ଓଡିଶା

odisha

ETV Bharat / bharat

ସାବଧାନ ! ଜିମେଲ, ଆମାଜନ ଭଳି 377 ଆପରୁ ଚୋରୀ ହେଉଛି ଡାଟା - ଡାଟା ହ୍ୟାକ କରୁଛି ନୂଆ ବ୍ଲାକରକ ଭାଇରସ

ନୂଆ ଆଣ୍ଡ୍ରଏଡ ମଲେୱେୟାରର ସନ୍ଧାନ ମିଳିଛି ଯାହାକୁ, ଜିମେଲ(Gmail), ଆମାଜନ(Amazon) ନେଟଫ୍ଲିକ୍ସ(Netflix), ଉବର(Uber) ଭଳି 377 ଟି ଆପ ଜରିଆରେ ଆପଣଙ୍କ ପାସୱାର୍ଡ, କ୍ରେଡିଟ କାର୍ଡ ବାବଦରେ ତଥ୍ୟ ଚୋରି କରୁଥିବା ଜଣାପଡିଛି ।

blackrock android malware
ନୂଆ ଆଣ୍ଡ୍ରଏଡ ମଲେୱେୟାର

By

Published : Jul 19, 2020, 2:14 PM IST

ନୂଆଦିଲ୍ଲୀ: ଡାଟା ଚୋରି କରିବାକୁ ହ୍ୟାକର୍ସଙ୍କ ନୂଆ ପ୍ଲାନ । ଜିମେଲ, ଆମାଜନ ଭଳି 377 ଆପ ରେ ନିଜ ପାସୱାର୍ଡ ଏବଂ କ୍ରେଡିଟ କାର୍ଡର ଡାଟା ଚୋରି କରୁଛି ନୂଆ ଆଣ୍ଡ୍ରଏଡ ମଲେୱେୟର । ତେବେ ଅଧିକଂଶ କ୍ଷେତ୍ରେର ଏହି ଆଣ୍ଡ୍ରଏଡ ମଲେୱେୟାର(Android malware)ଗୁଗଲ ଆପ ରିଭ୍ୟୁ ପ୍ରୋସେ‌ସକୁ ପାସ କରିବାରେ ସାହାଯ୍ୟ କରିଥାଏ ।

ମାତ୍ର ଏହାରି ଭିତରେ ଏକ ନୂଆ ଆଣ୍ଡ୍ରଏଡ ମଲେୱେୟାରର ସନ୍ଧାନ ମିଳିଛି ଯାହାକୁ, ଜିମେଲ(Gmail), ଆମାଜନ(Amazon) ନେଟଫ୍ଲିକ୍ସ(Netflix), ଉବର(Uber) ଭଳି 377 ଟି ଆପ ଜରିଆରେ ଆପଣଙ୍କ ପାସୱାର୍ଡ, କ୍ରେଡିଟ କାର୍ଡ ବାବଦରେ ତଥ୍ୟ ଚୋରି କରୁଥିବା ଜଣାପଡିଛି ।

ମିଳିଥିବା ରିପୋର୍ଟ ଅନୁସାରେ, ଏହି ମଲେୱେୟାରର ନାମ ବ୍ଲାକରକ( BlackRock) ରଖାଯାଇଛି । ଯାହା ଅନ୍ୟ ମଲେୱେୟାର ଭଳି କାମ କରିଥାଏ । ଥ୍ରେଟଫ୍ୟାବରିକର ବିଶେଷଜ୍ଞଙ୍କ ମତରେ ଏହି ଭାଇରସ ଅଧିଂକାଶ ମୋବାଇଲ ଆପ କୁ ଟାର୍ଗେଟ କରିପାରେ । ଏହାସହ ଏହି ଭାଇରସ ନାକେବଳ ୟୁଜର୍ସଙ୍କ ୟୁଜରନେମ ଏବଂ ପାସୱାର୍ଡ ରୋରି କରେ ବଂର ସେମାନଙ୍କୁ ପେମେଣ୍ଟ କାର୍ଡ ଡିଟେଲ୍ସ ଦେବାକୁ ମଧ୍ୟ ରାଜି କରାଇଦିଏ । ଏହାପରେ ସେ 'overlays' ଟେକନିକ ଜରିଆରେ ସବୁ ତଥ୍ୟକୁ ଏକାଠି କରିନିଏ ।

ଆଉ ଯେତେବେଳେ ୟୁଜର୍ସ କୌଣସି ଭ୍ୟାଲିଡ ଆପକୁ ଖୋଲିବା ପରେ ହ୍ୟାକରମାନେ ଆପଣଙ୍କ ସାମ୍ନାରେ ଅବିକଳ ସମାନ ଦେଖାଯିବା ଭଳି ନକଲି ଆପ କିମ୍ବା ୱିଣ୍ଡୋ(window) open କରିଦିଏ । ଯାହାଫଳରେ ୟୁଜର୍ସ ଅସଲ ଆପ ପରିବର୍ତ୍ତେ ନକଲି ଆପରେ ନିଜର ସବୁ ତଥ୍ୟ ଦେଇ ଦିଅନ୍ତି । ତେବେ ଏହି ଟେକନିକକୁ 'overlays' କୁହାଯାଏ ।

ଥ୍ରେଟଫ୍ୟାବ୍ରିକ ରିସର୍ଚ୍ଚରଙ୍କ କହିବାନୁସାରେ, ଏହି ବ୍ଲାକରକ ଭାଇରସ ଆର୍ଥିକ, ସୋସିଆଲ ମିଡିଆ, ସଂଯୋଗ, ଡେଟିଂ,ନ୍ୟୁଜ, ସପିଂ, ଲାଇଫଷ୍ଟାଇଲ ଏବଂ ପ୍ରଡକ୍ଟିଭିଟି ଆପ ଉପରେ overlays ଟେକନିକର ବ୍ୟବହାର ହୋଇଥାଏ ।

ABOUT THE AUTHOR

...view details