ଓଡିଶା

odisha

By

Published : Sep 29, 2019, 5:43 PM IST

ETV Bharat / bharat

'ବ୍ଲାକ ଟି' ସେବନ କଲେ ମିଳିଥାଏ ଏହି ସୁଫଳ....

ବ୍ଲଡ ସୁଗାର କଣ୍ଟ୍ରୋଲ କରିବା ସହ ରକ୍ତକୁ ପତଳା ରଖିବାରେ ସହାୟକ ହୋଇଥାଏ 'ବ୍ଲାକ ଟି' ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

'ବ୍ଲାକ ଟି' ପାଟିକୁ କଡା ଲାଗୁଥିଲେ ମଧ୍ୟ ଏହା ଶରୀର ପାଇଁ ହିତକର ଅଟେ । ଏହାକୁ ସେବନ କରିବା ଦ୍ବାରା ଆମ ଶରୀରରେ ଗ୍ଲୁକୋଜର ମାତ୍ରା ଠିକ ରହିଥାଏ । ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଏହାକୁ ସେବନ କରିବା ଦ୍ବାରା ବ୍ଲଡ ସୁଗାର କଣ୍ଟ୍ରୋଲ ରହିଥାଏ । ସାଧାରଣ ବ୍ୟକ୍ତି ଓ ଡାଇବେଟିକ ରୋଗୀଙ୍କୁ ଏହି ଚା'ର ସେବନ କରାଇବା ଦ୍ବାରା ଭଭୟ ଗ୍ରୁପର ଲୋକଙ୍କର ବୃଦ୍ଧି ପାଉଥିବା ବ୍ଲଡ ଗ୍ଲୁକୋଜ ମାତ୍ରାରେ କମ କରିବାରେ ସହାୟକ ହେଇଥିଲା ।

ଏସିଆ ପେସିଫିକ ଜେନରାଲ ଅଫ କ୍ଲିନିକାଲ ନ୍ୟୁଟ୍ରିସନ ନାମକ ଏକ ପତ୍ରିକାରେ ଏହି ସମ୍ବନ୍ଧରେ ରିପୋର୍ଟ ପ୍ରକାଶ ପାଇଥିଲା । 'ବ୍ଲାକ ଟି' ଅନେକ ମାତ୍ରାରେ ଡାଇବେଟିସ କଣ୍ଟ୍ରୋଲ କରିବାରେ ସହାୟକ ହୋଇଥାଏ । ରିସର୍ଚ୍ଚ ମାଧ୍ୟମରେ ଜଣାପଡିଛି ଯେ, ଏଥିରେ ଥିବା ପୈଲିଫେନାଲ୍ସ ଓ ଏଣ୍ଟିଅକ୍ସିଡାଣ୍ଟସ ଟାଇପ-2 ଡାଇବେଟିସ ସହ କ୍ୟାନ୍ସର ହେବାର ଆଶଙ୍କା ମଧ୍ୟ କମ କରିଥାଏ । 'ବ୍ଲାକ ଟି'ରେ ପ୍ଲୋରାଇଡର ମାତ୍ରା ମଧ୍ୟ ବହୁତ ପରିମାଣରେ ରହିଛି । ଏହା ଆମ ଶରୀରରେ ଥିବା ଅସ୍ଥିଗୁଡିକୁ ମଜଭୁତ କରାଇବା ସହ ନିରୋଗ ରଖିବାରେ ସହାୟକ ହୋଇଥାଏ ।

ଲ୍ୟାବରେ କରାଯାଇଥିବା ପରୀକ୍ଷା ଦ୍ବାରା ସାମ୍ନାକୁ ଆସିଛିଯେ, 'ବ୍ଲାକ ଟି'ର ଅର୍କ କାର୍ବୋହାଇଡ୍ରେଡର ଅବଶୋଷଣକୁ କମ କରି ପୋଷ୍ଟପ୍ରାଡିୟଲ ବ୍ଲଡ ଗ୍ଲୁକୋଜର ମାତ୍ରାକୁ ହ୍ରାସ କରିବାରେ ସହାୟକ ହୋଇଥାଏ । ତେବେ ଏହାକୁ ପିଇବାର ଏକ ନିୟମ ରହିଛି ଏହାକୁ ଯଦି ସେବନ କରୁଛନ୍ତି ତେବେ ଏଥିରେ ସୁଗାର ବା ଚିନି ପକାନ୍ତୁ ନାହିଁ । ଯଦି ଆପଣଙ୍କୁ ବିନା ଚିନିରେ ସେବନ କରିପାରୁନାହାନ୍ତି ତେବେ ଏଥିରେ ମହୁ ପକାଇ ପିଇ ପାରିବେ ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ ।

'ବ୍ଲାକ ଟି' ଇନ୍ସୁଲିନ ସେସିଟିବିଟିରେ ସାଧାର ଆଣିଥାଏ । ଏହା ବ୍ଲଡ ସୁଗାର କଣ୍ଟ୍ରୋଲ କରିବା ସହ ରକ୍ତକୁ ପତଳା ରଖିବାରେ ସହାୟକ ହୋଇଥାଏ । ଏହାଦ୍ବାରା ବ୍ଲଡ କ୍ଲୋଟିଙ୍ଗର ଆଶଙ୍କା କମ ହୋଇଥାଏ । ରିସର୍ଚ୍ଚ ମାଧ୍ୟମରେ ସେହି 50ଟି ଦେଶରୁ ତଥ୍ୟ ସଂଗ୍ରହ କରାଯାଇଛି ଯେଉଁଠି 'ବ୍ଲାକ ଟି'ର ସେବନ ଅତ୍ୟଧିକ ମାତ୍ରାରେ ହେଉଛି । ଏଥିରେ ଆୟାରଲାଣ୍ଡ, ତୁର୍କି ଓ ଋଷିଆ ଭଳି ଦେଶ ସାମିଲ ରହିଛି । ଏଠାରେ ଲୋକଙ୍କ ମଧ୍ୟରେ ଟାଇପ-2 ଡାଇବେଟିଜର ମାତ୍ରା ସବୁଠୁ କମ ଦେଖିବାକୁ ମିଳିଛି ।

ABOUT THE AUTHOR

...view details