ଓଡିଶା

odisha

ETV Bharat / bharat

ଲଗାଣ ବର୍ଷାରେ ଉବୁଟୁବୁ ଗୁଜୁରାଟ, 12 କୃଷ୍ଣସାର ମୃଗ ମୃତ - gandhinagar

ଗୁଜୁରାଟରେ ଅତ୍ୟଧିକ ବର୍ଷା ଯୋଗୁଁ ମନୁଷ୍ୟ ସମେତ ଅସୁବିଧାରେ ବନ୍ୟଜନ୍ତୁ । ବର୍ତ୍ତମାନ ସୁଦ୍ଧା ଗଲାଣି 12ଟି କୃଷ୍ଣସାର ମୃଗଙ୍କ ଜୀବନ ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Aug 14, 2019, 12:54 PM IST

ଗାନ୍ଧିନଗର: ଗୁଜୁରାଟ ସମେତ ଅନେକ ରାଜ୍ଯରେ ଜାରି ରହିଛି ବର୍ଷାର ପ୍ରକୋପ । ଏନେଇ ଅନେକ ସମସ୍ୟା ଭୋଗୁଛନ୍ତି ଲୋକେ । ଅତ୍ୟଧିକ ବର୍ଷାରେ ମଧ୍ୟ ରାସ୍ତା ଘାଟ ସହ ଘର ମଧ୍ୟ ବୁଡିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଅସୁରକ୍ଷିତ ହୋଇପଡିଛନ୍ତି ବନ୍ୟଜନ୍ତୁ ମାନେ । ନିଜକୁ ରକ୍ଷା କରିବା ପାଇଁ କରୁଛନ୍ତି ଅନେକ ସଙ୍ଘର୍ଷ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସୂଚନାମୁତାବକ, ଲଗାଣ ବର୍ଷାରେ ଗୁଜୁରାଟର ଭାବନଗରେ ବର୍ତ୍ତମାନ ସୁଦ୍ଧା 12ଟି କୃଷ୍ଣସାର ମୃଗର ମୃତ୍ୟୁ ଘଟିସାରିଛି । ଯାହକୁ ନେଇ ଚିନ୍ତାରେ ବନ ବିଭାଗ ଥିବାବେଳେ ଏହାର ସ୍ଥିତି ସୁଧାରିବାକୁ ଚେଷ୍ଟା ଜାରି ରଖିଛି । ହେଲେ ପ୍ରାକୃତିକ ବିପର୍ଯ୍ୟୟ ଆଗରେ ମନୁଷ୍ୟ ଅସହାୟ ଅଟେ ।

ତେବେ ଗୁଜୁରାଟ ବ୍ୟତୀତ ଆସାମରେ ମଧ୍ୟ ବିନାଶକାରୀ ବନ୍ୟା କାରଣରୁ କାଜିରଙ୍ଗା ଜାତୀୟ ଉଦ୍ୟାନର 70 ପ୍ରତିଶତ ପାଣିରେ ବୁଡିଯାଇଥିଲା । ଯେଉଁଥିପାଇଁ ଜୀବଜନ୍ତୁ ମାନେ ନିଜର ଜୀବନ ବଞ୍ଚାଇବା ପାଇଁ ପାଣିରୁ ବାହିରି ଆସିଥିବାବେଳେ ଅନେକଙ୍କର ପ୍ରାଣହାନୀ ଘଟିଥିଲା ।

ABOUT THE AUTHOR

...view details