ଓଡିଶା

odisha

ETV Bharat / bharat

କୋଝିକୋଡ ବିମାନ ଦୁର୍ଘଟଣା, ଉଦ୍ଧାର ହେଲା 'ବ୍ଲାକ ବକ୍ସ' - ଏୟାର ଇଣ୍ଡିଆ ବିମାନରୁ ଉଦ୍ଧାର ହେଲା 'ବ୍ଲାକ ବକ୍ସ'

କେରଳ କୋଝିକୋଡ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା 19କୁ ବୃଦ୍ଧି ପାଇଛି । ତେବେ ଏୟାର ଇଣ୍ଡିଆ ବିମାନରୁ ବ୍ଲାକ ବକ୍ସ ବା ବିମାନ ଡାଟା ରେକର୍ଡ ମିଳିଥିବା ଜଣାପଡିଛି ।

କୋଝିକୋଡ ବିମାନ ଦୁର୍ଘଟଣା, ଏୟାର ଇଣ୍ଡିଆ ବିମାନରୁ ଉଦ୍ଧାର ହେଲା 'ବ୍ଲାକ ବକ୍ସ'
କୋଝିକୋଡ ବିମାନ ଦୁର୍ଘଟଣା, ଏୟାର ଇଣ୍ଡିଆ ବିମାନରୁ ଉଦ୍ଧାର ହେଲା 'ବ୍ଲାକ ବକ୍ସ'

By

Published : Aug 8, 2020, 1:08 PM IST

ଥିରୁଅନନ୍ତପୁରମ୍: କେରଳ କୋଝିକୋଡ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା 19କୁ ବୃଦ୍ଧି ପାଇଛି । ତେବେ ଏୟାର ଇଣ୍ଡିଆ ବିମାନରୁ ବ୍ଲାକ ବକ୍ସ ବା ବିମାନ ଡାଟା ରେକର୍ଡ ମିଳିଥିବା ଜଣାପଡିଛି ।

ବ୍ଲାକ୍ ବକ୍ସ କ'ଣ ? ଏହା ଏକ ଡିଜିଟାଲ୍ ଫ୍ଲାଇଟ୍ ଡାଟା ରେକର୍ଡର୍ (DFDR)। ଅର୍ଥାତ ଏହା ହେଉଛି ଏକ କକ୍‌ପିଟ୍‌ ଭଏସ୍ ରେକର୍ଡର୍ (CVR)। ଯାହା ବିମାନର ଉଚ୍ଚତା, ସ୍ଥିତି, ଗତି, ଏବଂ ପାଇଲଟଙ୍କ ମଧ୍ୟରେ ବାର୍ତ୍ତାଳାପର ରେକର୍ଡ ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂରକ୍ଷଣ କରେ ଏବଂ ବିମାନ ଅନୁସନ୍ଧାନକାରୀଙ୍କୁ ସାହାଯ୍ୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ବିମାନରୁ ଏହା ମିଳିବା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରେ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, ବିମାନଟି ପାଇଲଟ ଓ କ୍ର୍ୟୁ ମେମ୍ବରଙ୍କ ସମେତ ମୋଟ 190 ଜଣଙ୍କୁ ନେଇ ଦୁବାଇରୁ କେରଳ ଫେରୁଥିବା ବେଳେ କୋଝିକୋଡ ବିମାନ ବନ୍ଦର ରନୱେରେ କ୍ରାସ ଲ୍ୟାଣ୍ଡିଂ କରିଥିଲା । ଯେଉଁଥିରେ 123 ଜଣ ଆହତ ହୋଇଥିବା ବେଳେ 19 ଜଣ ପ୍ରାଣ ହରାଇଛନ୍ତି । ଗୁରୁତର ଆହତଙ୍କୁ କୋଝିକଡର 7ଟି ବିଭିନ୍ନ ହସପିଟାଲରେ ଚିକିତ୍ସା କରାଯାଉଛି । ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ABOUT THE AUTHOR

...view details