ଇଟାନଗର: ଭାରତୀୟ ବାୟୁସେନାର ଏଏନ-32 ବିମାନ ନିଖୋଜ ଓ ଦୁର୍ଘଟଣାଗ୍ରସ୍ତର କାରଣ ଖୋଜିବାକୁ ଆହୁରି ସମୟ ଲାଗିବ ବୋଲି କହିଛି ପ୍ରତିରକ୍ଷା ବିଭାଗ । ବିମାନରେ ଥିବା ବ୍ଲାକବକ୍ସ କ୍ଷତିଗ୍ରସ୍ତ ହୋଇଥିବାରୁ ଏଥିରୁ ଡାଟା ରିକଭରି କରିବାକୁ ଆହୁରି ସମୟ ଲାଗିବ ବୋଲି ପ୍ରତିରକ୍ଷା ବିଭାଗ କହିଛି ।
ବିମାନର ନେଭିଗେସନ ଏରର କାରଣରୁ ଦୁର୍ଘଟଣା ହୋଇ ଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି ପ୍ରତିରକ୍ଷା ବିଭାଗ । ହେଲେ ଏହାର ପ୍ରକୃତ କାରଣ ସଠିକ୍ ଯାଞ୍ଚ ପରେ ହିଁ ଜଣାପଡିବ । ବର୍ତ୍ତମାନ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ତେବେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ଥଳରେ ମୃତଦେହ ଆଣିବାକୁ ପ୍ରୟାସ ଜାରି ରହିଛି ।