ନୂଆଦିଲ୍ଲୀ: ଏଲଜେପିରେ ଯୋଗ ଦେଲେ ଉଷା ବିଦ୍ୟାର୍ଥୀ । ବରିଷ୍ଠ ବିଜେପି ନେତ୍ରୀ ଉଷା ବିଦାର୍ଥୀ ବୁଧବାର ଦିନ ଦିଲ୍ଲୀରେ ଦଳର ଜାତୀୟ ସଭାପତି ତଥା ସାଂସଦ ଚିରାଗ ପାଶୱାନଙ୍କ ଉପସ୍ଥିତିରେ ଲୋକ ଜନଶକ୍ତି ପାର୍ଟି (ଏଲଜେପି)ରେ ଯୋଗ ଦେଇଛନ୍ତି।
ଏଲଜେପିରେ ଯୋଗ ଦେଲେ ଉଷା ବିଦ୍ୟାର୍ଥୀ - ଉଷା ବିଦ୍ୟାର୍ଥୀ
ବରିଷ୍ଠ ବିଜେପି ନେତ୍ରୀ ଉଷା ବିଦାର୍ଥୀ ବୁଧବାର ଦିନ ଦିଲ୍ଲୀରେ ଦଳର ଜାତୀୟ ସଭାପତି ତଥା ସାଂସଦ ଚିରାଗ ପାଶୱାନଙ୍କ ଉପସ୍ଥିତିରେ ଲୋକ ଜନଶକ୍ତି ପାର୍ଟି (ଏଲଜେପି)ରେ ଯୋଗ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସେ ବିହାରର ପାଲିଗଞ୍ଜରୁ ବିଧାନସଭା ନିର୍ବାଚନରେ ଲଢିବେ । ତେବେ ଚିରାଗଙ୍କ ନିଷ୍ପତ୍ତିକୁ ସମର୍ଥନ କରି ଉଷା କହିଛନ୍ତି ଯେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ)ରୁ ଅଲଗା ହେବା ପରେ ବିହାରରୁ ଏଲଜେପି ବିଧାନସଭା ନିର୍ବାଚନରେ ଲଢିବି ଏବଂ ଏହା ସଠିକ୍ ନିଷ୍ପତ୍ତି। ସେ କହିଛନ୍ତି, ବିହାରକୁ ଆଗକୁ ନେବା ପାଇଁ କିଛି କଠୋର ନିଷ୍ପତ୍ତିର ଆବଶ୍ୟକ ରହିଛି । ଏଥିସହ ଚିରାଗଙ୍କ ‘ବିହାର ଫାଷ୍ଟ’ ଏକ ଉତ୍ତମ ଧାରଣା ଅଟେ ।
ତେବେ ବର୍ତ୍ତମାନ ପରିସ୍ଥିତିରେ ଅନୁମାନ କରାଯାଉଛି ଯେ ଜନତା ଦଳ (ୟୁନାଇଟେଡ୍) (ଜେଡିୟୁ) ଏବଂ ବିଜେପିର ଅନେକ ନେତା ଆଗାମୀ ସମୟରେ ଏଲଜେପିରେ ଯୋଗ ଦେବେ। ସେହିପରି ମଙ୍ଗଳବାର ବିହାର ବିଜେପିର ଜଣେ ବରିଷ୍ଠ ନେତା ରାଜେନ୍ଦ୍ର ସିଂ ଏଲଜେପିରେ ଯୋଗ ଦେଇଥିଲେ।