ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ଉତ୍ତର ମୁମ୍ୱାଇ ନିର୍ବାଚନୀ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଉର୍ମିଳା ମାତୋଣ୍ଡକରଙ୍କ ନାମରେ ସାଙ୍ଘାତିକ ଅଭିଯୋଗ । ହିନ୍ଦୁ ଧର୍ମ ବିରୋଧୀ ଟିପ୍ପଣୀ ଦେଇଥିବା ଅଭିଯୋଗରେ ତାଙ୍କ ବିରୋଧରେ ପୋବଇ ପୋଲିସ ଷ୍ଟେସନରେ ଏକ ଅପରାଧୀକ ମାମଲା ରୁଜୁ କରାଯାଇଛି । ବିଜେପି ନେତା ସୁରେଖ ନଖୁଆ ଏହି ଅଭିଯୋଗ ଆଣିଛନ୍ତି ।
ହିନ୍ଦୁ ଧର୍ମ ବିରୋଧୀ ଟିପ୍ପଣୀ ଦେଇ ଫସିଲେ ଉର୍ମିଳା, ରୁଜୁ ହେଲା ମାମଲା
ହିନ୍ଦୁ ଧର୍ମ ବିରୋଧୀ ଟିପ୍ପଣୀ ଦେଇଥିବା ଅଭିଯୋଗରେ ଉର୍ମିଳା ମାତୋଣ୍ଡକରଙ୍କ ବିରୋଧରେ ପୋବଇ ପୋଲିସ ଷ୍ଟେସନରେ ଏକ ଅପରାଧୀକ ମାମଲା ରୁଜୁ କରାଯାଇଛି । ବିଜେପି ନେତା ସୁରେଖ ନଖୁଆ ଏହି ଅଭିଯୋଗ ଆଣିଛନ୍ତି ।
ଫାଇଲ ଫଟୋ
ସୁରେଖଙ୍କ କହିବା ଅନୁଯାୟୀ, ଉର୍ମିଳା ଏକ ଟିଭି ଶୋ' ରେ ହିନ୍ଦୁ ଧର୍ମକୁ ଦୁନିଆର ସବୁଠୁ ହିଂସ୍ର ଧର୍ମ ବୋଲି ବୋଲି କହିଥିଲେ । ଏପରି କହି ସେ ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ସେ କହିଛନ୍ତି। ତେବେ ନିଜର ଅଭିଯୋଗରେ ସେ ଉର୍ମିଳାଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଜଣେ ସମ୍ବାଦଦାତାଙ୍କ ନାମ ମଧ୍ୟ ସାମିଲ କରିଛନ୍ତି ।
ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ନଖୁଆ ।