ଓଡିଶା

odisha

ETV Bharat / bharat

ଦାଗୀ ନେତା ତାଲିକା ଶୀର୍ଷରେ କେରଳର ବିଜେପି ନେତା

ଚଳିତ ନିର୍ବାଚନରେ ଦାଗୀ ନେତା ତାଲିକା ଶୀର୍ଷରେ ରହିଛନ୍ତି ଜଣେ ବିଜେପି ନେତା । କେରଳ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢୁଥିବା ନେତାଙ୍କ ନାଁରେ 240ଟି ମାମଲା ରହିଥିବା ବେଳେ 129ଟି ସଙ୍ଗୀନ ମାମଲା ରହିଛି । ଏହାପରେ ଜଣେ କଂଗ୍ରେସ ନେତା ଥିବାବେଳେ ତୃତୀୟରେ ବାରାଣାସୀର ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ନାଁ ରହିଛି ।

ପ୍ରତିକାତ୍ମକ ଫଟୋ

By

Published : May 15, 2019, 6:40 PM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ଲଢୁଥିବା ନେତାଙ୍କ ମଧ୍ୟରେ ସର୍ବାଧିକ ଅପରାଧିକ ରେକର୍ଡ କେରଳର ବିଜେପି ନେତାଙ୍କ ନାଁରେ ରହିଛି । କେରଳ ନିର୍ବାଚନ ମଣ୍ଡଳୀରୁ ଲଢୁଥିବା ଏହି ନେତାଙ୍କ ନାଁରେ ରହିଛି ପାଖାପାଖି 240ଟି ମାମଲା । କେ. ସୁରେନ୍ଦ୍ରନ ନାମକ ଏହି ନେତା ଏନେଇ ନିଜେ ସ୍ପଷ୍ଟ କରିଛନ୍ତି ।

କେ. ସୁରେନ୍ଦ୍ରନ କସରଗୋଡ ଅଞ୍ଚଳର ହୋଇଥିବା ବେଳେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକଙ୍କ ତାଲିକାରେ ତାଙ୍କ ନାମ ରହିଛି । ନ୍ୟାସନାଲ ଇଲେକ୍ସନ ୱାଚ ଆଣ୍ଡ ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମ(ଏଡିଆର) ଅନୁଯାୟୀ, ତାଙ୍କ ନାମରେ ଥିବା ମାମଲା ମଧ୍ୟରୁ 129ଟି ଅତ୍ୟନ୍ତ ସଙ୍ଗୀନ ଅଭିଯୋଗ ରହିଛି ।

ତେବେ ଦ୍ବିତୀୟ ଅପରାଧିକ ଭାବେ କେରଳ କଂଗ୍ରେସର ଡିନ କୂରିଆକୋସଙ୍କ ନାମ ରହିଛି । ତାଙ୍କ ନାମରେ 204 ଅପରାଧିକ ମାମଲା ଥିବାବେଳେ 37ଟି ସଙ୍ଗୀନ ବୋଲି ଜଣାପଡିଛି ।

ଅତିକ ଅହମ୍ମଦ, ବାରାଣାସୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢୁଥିବା ବେଳେ ଅପରାଧିକ ମାମଲାରେ ସେ ତୃତୀୟରେ ଅଛନ୍ତି । ଯେଉଁଥିରେ 59 ମାମଲା ମଧ୍ୟରୁ 80ଟି ସଙ୍ଗୀନ ଅଭିଯୋଗ ଅଛି ବୋଲି ଜଣାପଡିଛି । ସେହିପରି ତେଲେଙ୍ଗାନା ଅଦିଲାବାଦରୁ ଲଢୁଥିବା ବିଜେପି ନେତା ବପୁ ରାଓ ସୋୟମଙ୍କ ନାଁରେ 52ଟି ମାମଲାରେ 55ଟି ସଙ୍ଗୀନ ଅପରାଧିକ ମାମଲାରେ ଜଡିତ ରହିଛି । ଏପରିକି 5ମରେ ମଧ୍ୟ ତେଲେଙ୍ଗାନାର ଜଣେ କଂଗ୍ରେସ ନେତାଙ୍କ ନାମ ରହିଛି ।

ABOUT THE AUTHOR

...view details