ଭୋପାଳ: ମଧ୍ୟପ୍ରଦେଶର ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହିତ କଂଗ୍ରେସର 22 ଜଣ ବିଧାୟକ ଦଳରୁ ଇସ୍ତଫା ଦେବା ପରେ ରାଜ୍ୟରେ ରାଜନୈତିକ ଅସ୍ଥିରତା ଲାଗିରହିଛି । 22 ଜଣଙ୍କ ଇସ୍ତଫା ପରେ କମଲନାଥ ସରକାର ସଂଖ୍ୟାଲଘୁ ହୋଇପଡିଥିବା କୁହାଯାଉଛି । ସେପଟେ ଏନେଇ ବିଜେପିକୁ ଦାୟୀ କରିଛି କଂଗ୍ରେସ । ବିଜେପିର ଏ ‘ଡିଭାଇଡ୍ ଆଣ୍ଡ ରୁଲ୍’ ପଲିସି ମଧ୍ୟପ୍ରଦେଶରେ କାମ କରିବ ନାହିଁ, ଆମେ ସବୁ ଏକାଠି ଅଛୁ ବୋଲି କହିଛି କଂଗ୍ରେସ ।
କଂଗ୍ରେସ ଦଳ ସମ୍ପୂର୍ଣ୍ଣ ଏକ ଅଛି । କମଲନାଥଙ୍କ ନେତୃତ୍ବରେ ଚାଲିଥିବା ସରକାର ମଧ୍ୟ ସୁରକ୍ଷିତ ରହିଛି ବୋଲି ଦଳ କହିବା ସହ ଏଠାରେ ବିଜେପିର ବିଭାଜନ ଓ ଶାସନ ନୀତି କାର୍ଯ୍ୟ କରିବ ନାହିଁ ବୋଲି ସ୍ପଷ୍ଟ କରିଛି । ସେହିପରି ଆମର ସମସ୍ତ ବିଧାୟକ ରାଜ୍ୟପାଇଁ ସମର୍ପିତ ବୋଲି ମଧ୍ୟ ମଧ୍ୟପ୍ରଦେଶ କଂଗ୍ରେସ ଟ୍ବିଟ୍ କରି କହିଛି ।