ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ଶନିବାର ସନ୍ଧ୍ୟାରେ ବିହାରରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ଉପରେ ଆଲୋଚନା କରିବ । ଆଗାମୀ ମତଦାନ ଉପରେ ଏହା ବିଜେପିର ଦ୍ବିତୀୟ ସିଇସି ବୈଠକ ହେବ।
ବିଜେପି ଗତ ସପ୍ତାହରେ ଭିକାଶଶୀଲ ଇନସାନ ପାର୍ଟି (ଭିଆଇପି) କୁ ଏନଡିଏରେ ଆନୁଷ୍ଠାନିକ ଭାବେ ସାମିଲ କରାଯାଇଥିଲା । ସହଯୋଗୀମାନଙ୍କ ମଧ୍ୟରେ ଆସନ ବଣ୍ଟନର ଏକ ଅଂଶ ଭାବରେ ଭିଆଇପି ଦଳକୁ 11 ଟି ଆସନ ଦିଆଯାଇଛି । ରାଜ୍ୟରେ ଅତ୍ୟଧିକ ପଛୁଆ ବର୍ଗ (ଇବିସି) ମଧ୍ୟରେ ପ୍ରଭାବ ରହିଛି । ଏଲଜେପିର ବିକଳ୍ପ ଭାବରେ ବିଜେପି ଭିଆଇପିକୁ ସାମିଲ କରିଛି । ଅନ୍ୟପକ୍ଷରେ ଜନତା ଦଳ ୟୁନାଇଟେଡ (ଜେଡିୟୁ) ବିହାର ବିଧାନସଭା ନିର୍ବାଚନ ପାଇଁ 115 ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। କିନ୍ତୁ ଦଳର 11 ଜଣ ବିଧାୟକଙ୍କ ଟିକେଟ୍ କଟାଯାଇଛି ।