ଓଡିଶା

odisha

ETV Bharat / bharat

'ହିନ୍ଦୁ ରାଷ୍ଟ୍ର ହୋଇଥିଲେ କାଶ୍ମୀରରୁ ଉଠିନଥାନ୍ତା 370' - ହିନ୍ଦୁ ରାଷ୍ଟ୍ର

ଜମ୍ମୁ-କାଶ୍ମୀର ଧାରା 370 ଉଚ୍ଛେଦକୁ ନେଇ ସାମ୍ପ୍ରଦାୟିକ କାର୍ଡ ଖେଳିଛି କଂଗ୍ରେସ । କାଶ୍ମୀର ଯଦି ହିନ୍ଦୁ ବହୁଳ ରାଷ୍ଟ୍ର ହୋଇଥାନ୍ତା ତାହେଲେ ବିଜେପି ଏହି ରାଜ୍ୟ ପାଇଁ ଲାଗୁ ହୋଇଥିବା ସ୍ତତନ୍ତ୍ର ସାମ୍ବିଧାନିକ ଅଧିକାରକୁ ଉଠାଇନଥାନ୍ତା ବୋଲି କହିଛି କଂଗ୍ରେସ।

ଫାଇଲ ଫଟୋ

By

Published : Aug 12, 2019, 2:38 PM IST

ଚେନ୍ନାଇ: ଜାମ୍ମୁକାଶ୍ମୀର ଧାରା 370 ଉଚ୍ଛେଦ ହେବା ପ୍ରସଙ୍ଗରେ ସାମ୍ପ୍ରଦାୟିକ କାର୍ଡ ଖେଳିଛି କଂଗ୍ରେସ। ଯଦି ଜମ୍ମୁ-କାଶ୍ମୀର ହିନ୍ଦୁ-ବହୁଳ ରାଷ୍ଟ୍ର ହୋଇଥାନ୍ତା, ତେବେ କଦାପି ବିଜେପି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିନଥାନ୍ତେ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ।

ବିଜେପି ହାତରେ କ୍ଷମତା ଥିବାରୁ 370 ଧାରାକୁ ହଟାଇ ଦିଆଯାଇଛି। ସେଠାରେ ଏବେ ମଧ୍ୟ ଅଶାନ୍ତ ଲାଗି ରହିଥିବା ନେଇ ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି। ଯଦିଓ ଭାରତୀୟ ଗଣମାଧ୍ୟମ ଏପ୍ରସଙ୍ଗରେ ଲୋକଙ୍କ ସମ୍ମୁଖରେ ବାସ୍ତବ ଚିତ୍ର ରଖୁନାହିଁ। କାଶ୍ମୀର ସ୍ଥିତି ଠିକ ରହିଛି ବୋଲି କହିବା, କେତେ ଦୂର ଠିକ ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ ।

ଗତକାଲି ଜାମ୍ମୁକାଶ୍ମୀର ରାଜ୍ୟପାଳ ସତ୍ୟାପାଲ ମଲ୍ଲିକ 370 ଧାରା ଉଚ୍ଛେଦ ହେବା ପ୍ରସଙ୍ଗରେ ମତ ରଖି କହିଛନ୍ତି, ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ଏବେ ବିକାଶ ପଥରେ ଅଗ୍ରସର ହେବ। ଏଠାକାର ନେତା କେବଳ ଲୋକଙ୍କୁ ମିଥ୍ୟା ସ୍ବପ୍ନ ଦେଖାଇ ଆସୁଥିଲେ। ପ୍ରକୃତରେ ଏହି ରାଜ୍ୟ ପାଇଁ ଲାଗୁ ହୋଇଥିବା ସ୍ୱତନ୍ତ୍ର ସାମ୍ବିଧାନିକ ଧାରାର ଫାଇଦା ଅନ୍ୟମାନେ ଉଠାଉଥିଲେ ବୋଲି କହିଛନ୍ତି।

ଉଭୟ ରାଜ୍ୟସଭା ଓ ଲୋକସଭାରେ ପାରିତ ହୋଇଛି ଧାରା 370 ଉଚ୍ଛେଦ ବିଲ । ଏହା ସହିତ ଜମ୍ମୁ-କାଶ୍ମୀର ଏବଂ ଲଦାଖକୁ ଅଲଗା ଅଲଗା କରି ଏହାକୁ 2ଟି ପୃଥକ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି ଭାରତ ସରକାର ।

ABOUT THE AUTHOR

...view details