ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ସିଏଏ ଆଇନକୁ ବିରୋଧ କରି ବିରୋଧୀ ସାରା ଦେଶରେ ହଲ୍ଲାବୋଲ ଚଳାଇଥିବା ବେଳେ ଶାସକ ବିଜେପ ମଧ୍ୟ ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ଆରମ୍ଭ କରିଛି ସ୍ବତନ୍ତ୍ର ରଣନୀତି। ଏଥିପାଇଁ ଦଳ ସାରା ଦେଶରେ 3 କୋଟି ପରିବାର ପାଖକୁ ଯାଇ ଆଇନ ସପକ୍ଷରେ ସମର୍ଥନ ଯୋଗାଡ କରୁଛି।
ବୈଷ୍ଣବ ଦେବୀଙ୍କ ଦର୍ଶନ କଲେ ନଡ୍ଡା; ସିଏଏ ସପକ୍ଷରେ ଆସାମରେ ବିରାଟ ସମାବେଶ - ସିଏଏ
ସିଏଏ ସପକ୍ଷରେ ବିଜେପିର ସାରା ଦେଶରେ ବିଶାଳ ଅଭିଯାନ। ସମସ୍ତ ଜାତୀୟସ୍ତରୟ ନେତା ଘରକୁ ଘର ବୁଲି ଆଇନ ସପକ୍ଷରେ ଲୋଡୁଛନ୍ତି ସମର୍ଥନ। ଏହିକ୍ରମରେ ଆସାମ ହେବାକୁ ଥିବା ସମାବେଶରେ ସାମିଲ ହୋଇଛନ୍ତି ଜେପି ନଡ୍ଡା। ଗସ୍ତ ଅବସରରେ ସେ ବୈଷ୍ଣବ ଦେବୀଙ୍କୁ ଦର୍ଶନ କରିଛନ୍ତି।
ଦଳର ସମସ୍ତ ରାଷ୍ଟ୍ରୀୟ ନେତାଙ୍କ ସମେତ ରାଜ୍ୟସ୍ତରୀୟ ନେତା ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଏଥିପାଇଁ ଦଳର ଜାତୀୟ ନେତାଙ୍କୁ ବିଭିନ୍ନ ରାଜ୍ୟ ଦାୟିତ୍ବ ଦିଆଯାଇଛି। ଏହି ଅଭିଯାନର କମାଣ୍ଡ ଖୋଦ ଦଳର ସଭାପତି ଓ କାର୍ଯ୍ୟକାରୀ ସଭାପତି ସମ୍ଭାଳୁଛନ୍ତି। ଆଜି ନୂଆଦିଲ୍ଲୀରେ ସଭାପତି ଅମିତ ଶାହା ଘରକୁ ଘର ବୁଲି ଆଇନ ସପକ୍ଷରେ ସମର୍ଥନ ଲୋଡିଛନ୍ତି। ସେହିପରି ଶନିବାର କାର୍ଯ୍ୟକାରୀ ସଭାପତି ଜଗତ ପ୍ରକାଶ ନଡ୍ଡା ଆସାମ ଗସ୍ତରେ ଆସି ଏକ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରିବା ସହ ମା’ ବୈଷ୍ଣବ ଦେବୀଙ୍କ ଦର୍ଶନ କରିଛନ୍ତି। ସେଠାରେ ପୂଜାର୍ଚ୍ଚନା କରିବା ସହ ଦେଶବାସୀଙ୍କ ମଙ୍ଗଳ ମନାସୀଛନ୍ତି ସେ।