ଓଡିଶା

odisha

ETV Bharat / bharat

ସିଏଏକୁ ବିରୋଧ ପ୍ରସଙ୍ଗ; 3 କୋଟି ପରିବାର ପାଖକୁ ଯିବ ବିଜେପି - ଜ୍ଜଗତ ପ୍ରକାଶ ନଡ୍ଡା

ସିଏଏକୁ ନେଇ ବିରୋଧୀ ଯେଉଁଭଳି ଢଙ୍ଗରେ ରାଜରାସ୍ତାରେ ହଙ୍ଗାମା କରୁଛନ୍ତି ଠିକ ସେହି ଭଳି ବିଜେପି ମଧ୍ୟ ବିରୋଧୀଙ୍କୁ ଜବାବ ଦେବାକୁ ଯାଇ ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ କରିଛି। କ’ଣ କାର୍ଯ୍ୟକ୍ରମ କରିବ ବିଜେପି ପଢନ୍ତୁ...

PHOTO
3 କୋଟି ପରିବାର ପାଖକୁ ଯିବ ବିଜେପି

By

Published : Dec 21, 2019, 6:16 PM IST

ନୂଆଦିଲ୍ଲୀ: ସାରା ଦେଶରେ ନାଗରିକତା ସଂଶୋଧନ ଆଇନକୁ ନେଇ ଜାରି ରହିଛି ପ୍ରତିବାଦ, ପୋଡାଜଳା ଭଳି ହିସାଂତ୍ମକ କାର୍ଯ୍ୟକଳାପ । ଏହି ଆଇନ ବିରୋଧରେ ପ୍ରଥମେ ଉତ୍ତର-ପୂର୍ବ ରାଜ୍ୟରେ ଜଳିଥିବା ନିଆଁ ସମୟକ୍ରମେ ସାରା ଦେଶକୁ ବ୍ୟାପିଛି । ମୋଦି ସରକାରଙ୍କୁ ଗତ ଛ’ ବର୍ଷ ଶାସନ କାଳରେ ପ୍ରଥମ ଥର ପାଇଁ ଏକ ବିରାଟ ଚ୍ୟାଲେଞ୍ଚର ସମ୍ମୁଖିନ ହେବାକୁ ପଡିଛି। ଯାହାକୁ ନେଇ ଏବେ ସରକାର ଏକପ୍ରକାର ଚିନ୍ତାରେ। କାରଣ ଯେଭଳି ଭାବେ ଗୋଟିଏ ରାଜ୍ୟକୁ ଆଉ ଗୋଟିଏ ରାଜ୍ୟକୁ ଆନ୍ଦୋଳନ ବ୍ୟାପିବାରେ ଲାଗିଛି ତାହାକୁ ମୁକାବିଲା କରିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ସଫଳ ହୋଇପାରି ନାହାଁନ୍ତି । କାରଣ ଗୋଟିଏ ପଟେ ଛାତ୍ର, ଜନତା, ମହିଳା ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ଅନ୍ୟପଟେ ଏମାନଙ୍କୁ ଶକ୍ତି ଯୋଗାଉଛନ୍ତି ସମସ୍ତ ବିରୋଧି ରାଜନୈତିକ ଦଳ।


ଏପରି ସ୍ଥଳେ ଭାରତୀୟ ଜନତା ପାର୍ଟି (ଭାଜପା) ଯେସାକୁ ତେସା ନୀତି ଆପଣାଇଛି। ବିରୋଧୀ ଦଳ ଯେଉଁଭଳି ଭାବେ ଜନ ଆକ୍ରୋଶକୁ ଅସ୍ତ୍ର କରି ସରକାରଙ୍କୁ ଘେରିଛି ଠିକ ସେହିଭଳି ଭାବେ ବିଜେପି ମଧ୍ୟ ସମାନ ଢଙ୍ଗରେ ଜନତାଙ୍କୁ ଧରି ଆଇନ ସପକ୍ଷରେ ଜନ ଆନ୍ଦୋଳନ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛି ।


ଆଜି ନୂଆଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ ଦଳର ସମସ୍ତ ବରିଷ୍ଠ ନେତା, ମହାସଚିବ, ଉପ-ସଭାପତି, ରାଜ୍ୟ ପ୍ରଭାରୀ, ରାଜ୍ୟ ସଭାପତି ଓ ସଂଘର କିଛି ପ୍ରମୁଖ ନେତାଙ୍କୁ ନେଇ ଆରମ୍ଭ ହୋଇଛି ରଣନୀତି। ଯେଉଁଥିରେ ଦଳର ଆଗାମୀ ରଣନୀତି କଣ ହେବ, ଦଳ କିଭଳି ଲୋକଙ୍କ ପାଖକୁ ଯିବ ତାହାକୁ ନେଇ ଦଳର କାର୍ଯ୍ୟକାରୀ ସଭାପତି ଜଗତ ପ୍ରକାଶ ନଡ୍ଡାଙ୍କ ଦଳୀୟ ନେତାଙ୍କୁ ମନ୍ତ୍ର ଦେଇଛନ୍ତି।


ଅନ୍ୟପଟେ ବୈଠକ ଶେଷରେ ଜାତୀୟ ସାଧାରଣ ସମ୍ପାଦକ ଭୂପେନ୍ଦ୍ର ଯାଦବ କହିଛନ୍ତି ଆସନ୍ତା 10 ଦିନ ମଧ୍ୟରେ ବିଜେପି ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବ ସାରା ଦେଶରେ। ସିଏଏର ଉପକାରିତା ଓ ଅପକାରିତାକୁ ନେଇ ଦଳ ଦେଶର 3 କୋଟି ପରିବାର ପାଖରେ ପହଞ୍ଚିବ। ଏହାସହ ଏହି 10ଦିନ ମଧ୍ୟରେ ଦଳ ସାରା ଦେଶର 250 ସ୍ଥାନରେ ସାମ୍ମାଦିକ ସମ୍ମିଳନୀ କରି ଲୋକଙ୍କୁ ସଚେତନତା କରିବ। ବିଜେପିର ଏହି କାର୍ଯ୍ୟକ୍ରମ ଘୋଷଣା ପରେ ଏହା ସୁନିଶ୍ଚିତ ସିଏଏକୁ ନେଇ ଏବେ ରାଜନୀତି ଥମିବ ନାହିଁ।

ABOUT THE AUTHOR

...view details