ଚେନ୍ନାଇ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 70ତମ ଜନ୍ମଦିନ । ଏହି ଅବସରରେ ତାମିଲନାଡୁ କୋଏମ୍ବାଟୁରର ବିଜେପି କର୍ମୀମାନେ ଶିବନ କାମାଚିର ଅମ୍ମାନ ମନ୍ଦିରରେ ଭଗବାନ ଶିବଙ୍କୁ 70 କିଲୋଗ୍ରାମର ଲଡୁ ଦାନ କରିଛନ୍ତି । ଯାହା ଲୋକମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଛି ।
ଏଥିସହ ଏହି ଅବସରରେ ବିଜେପି କର୍ମୀମାନେ ମନ୍ଦିର ବାହାରେ ଏକ ଶୋଭାଯାତ୍ରା କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏହାପରେ ଲୋକଙ୍କ ମଧ୍ୟରେ ଲଡୁ ବଣ୍ଟନ କରାଯାଇଛି ।