ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ବିଜେପି କାଉନସିଲର ଓ କର୍ମକର୍ତ୍ତାମାନେ ଶନିବାର ସେଠ ଆନନ୍ଦୀଲାଲ ପୋଧାର ମୁକ ବଧିର ବିଦ୍ୟାଳୟରେ ପହଞ୍ଚିଥିଲେ । ମୁକ-ବଧିର ସପ୍ତାହ ଅବସରରେ ସେମାନେ ଛାତ୍ରୀ ଆବାସରେ ପହଞ୍ଚି ମାସିକ ଧର୍ମ ବିଷୟରେ ବୁଝାଇବା ସହ ଦିବ୍ୟାଙ୍ଗ ଛାତ୍ରୀମାନଙ୍କୁ ମାଗଣା ସାନିଟାରୀ ନାପକିନ ବାଣ୍ଟିଥିଲେ ।
ଦିବ୍ୟାଙ୍ଗ ଛାତ୍ରୀଙ୍କୁ ସାନିଟାରୀ ନାପକିନ ବାଣ୍ଟିଲେ ବିଜେପି କର୍ମୀ - ମୁକ-ବଧିର ସପ୍ତାହ
ସ୍ବଚ୍ଛ ରୁହନ୍ତୁ ସୁସ୍ଥ ରୁହନ୍ତୁ । ଏହିଭଳି ବାର୍ତ୍ତା ନେଇ ଜୟପୁରର ବିଜେପି କାଉନସିଲର ଓ କର୍ମୀମାନେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ସାନିଟାରୀ ପ୍ୟାଡ ବଣ୍ଟନ କରିଛନ୍ତି ।
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
ଏହି ଦିନ ମାନଙ୍କରେ କିପରି ସାବଧାନତାର ସହ ରହିବେ ଆଉ ଏହାର ବିଷୟରେ କାଉନସିଲର ଶ୍ବେତା ବର୍ମା ଓ ତାଙ୍କ ଟିମ ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଏହି ପେରିପ୍ରେକ୍ଷୀରେ ଛାତ୍ରୀମାନେ ସେମାନଙ୍କର କଥାକୁ ବୁଝିବା ସହ ତାର ଉପଯୋଗ ଠିକ କରିବା ନେଇ ସହମତି ପ୍ରକାଶ କରିଥିଲେ ।