ଓଡିଶା

odisha

ETV Bharat / bharat

ପ୍ରଦର୍ଶନ ବେଳେ ଦିଲ୍ଲୀ ଜଳ ବୋର୍ଡ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା - ବିଜେପି କର୍ମୀ

ଦିଲ୍ଲୀ ଜଳ ବୋର୍ଡ କାର୍ଯ୍ୟାଳୟରେ ବିଜେପି କର୍ମୀ ଭଙ୍ଗାରୁଜା କରିଥିବା ଅଭିଯୋଗ । ଆସବାବ ପତ୍ର ଭାଙ୍ଗିବା ସହ ବହୁ କର୍ମଚାରୀ ଆହତ ହୋଇଥିବା ସୂଚନା । ପଢନ୍ତୁ ଅଧିକ....

ପ୍ରଦର୍ଶନ ବେଳେ ଦିଲ୍ଲୀ ଜଳ ବୋର୍ଡ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା
ପ୍ରଦର୍ଶନ ବେଳେ ଦିଲ୍ଲୀ ଜଳ ବୋର୍ଡ କାର୍ଯ୍ୟାଳୟରେ ବ୍ୟାପକ ପ୍ରଦର୍ଶନ ବେଳେ ଦିଲ୍ଲୀ ଜଳ ବୋର୍ଡ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜାଭଙ୍ଗାରୁଜା

By

Published : Dec 24, 2020, 10:46 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଜଳ ବୋର୍ଡ କାର୍ଯ୍ୟାଳୟରେ ବିଜେପି କର୍ମୀ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଟ୍ୟାଙ୍କର ଦୁର୍ନିତି ମାମଲାରେ ଜଳ ବୋର୍ଡ ମୁଖ୍ୟାଳୟ ସାମ୍ମାରେ ଧାରଣା ଆହ୍ବାନ କରିଥିଲା ଦିଲ୍ଲୀ ବିଜେପି । ତେବେ ଧାରଣା ଚାଲିଥିବା ବେଳେ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହ ମୁଖ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା ହୋଇଥିବା ଦେଖିବାକୁ ମିଳିଛି । ଏହି ଆକ୍ରମଣ ଓ ଭଙ୍ଗାରୁଜା ବିଜେପି କର୍ମୀ ମାନଙ୍କ ଦ୍ବାରା ହୋଇଥିବା ଜଳ ବୋର୍ଡର ଉପାଧ୍ୟକ୍ଷ ସିଧାସଳଖ ଅଭିଯୋଗ କରିଛନ୍ତି ।

ପ୍ରଦର୍ଶନ ବେଳେ ଦିଲ୍ଲୀ ଜଳ ବୋର୍ଡ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା , ବିଜେପି କର୍ମୀଙ୍କୁ ଦାୟୀ କଲେ ବୋର୍ଡ କର୍ତ୍ତୁପକ୍ଷ

ଏହି ଆକ୍ରମଣରେ ମୁଖ୍ୟାଳୟର ବହୁ ଆସବାବପତ୍ର, କବାଟ ଝରକା ଭାଙ୍ଗିବା ସହ ଅନେକ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି । ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଥିବା ଜଣା ପଡିଛି ।

ବିଜେପି ବିରୋଧରେ ଆହୁରି ଏକ ସାଂଘାତିକ ଅଭିଯୋଗ ଆଣିଛି ଜଳ ବୋର୍ଡ । ଏହି ଆକ୍ରମଣ ପଛରେ ଚାଷୀ ଆନ୍ଦୋଳକୁ ସମର୍ଥନ ପ୍ରସଙ୍ଗ ଥିବା ମଧ୍ୟ ଅଭିଯୋଗ କରିଛି ବୋର୍ଡ । ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କଲେ ଆକ୍ରମଣ କରିବାକୁ ବିଜେପି କର୍ମୀ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ବୋର୍ଡ କର୍ତ୍ତୁପକ୍ଷ ।

ଏହି ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରଓ୍ବାଲ ଓ ଉପ ମୁଖ୍ୟମନ୍ତ୍ରୀ ମନିଷ ଶିଶୋଦିଆଙ୍କ ବାସ ଭବନରେ ପ୍ରବେଶ ଉଦ୍ୟମ କରି ପ୍ରତିବାଦ କରିଥିଲେ ବିଜେପି କର୍ମୀ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details