ନୂଆଦିଲ୍ଲୀ: ଦୁଇ ବିଜେପି କର୍ମୀଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳରେ 2 ଯୁବକ ଗୁରୁତର। ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ଆମ ଆଦମୀ ପାର୍ଟିର ବୋଲି ଜଣାପଡିଛି। ଗତରାତିରେ କରାବଲ ନଗର ଅଞ୍ଚଳରେ ବିଜେପି କର୍ମୀ ବିଦ୍ୟୁତ ଖୁଣ୍ଟ ଏବଂ କାନ୍ଥରେ ପୋଷ୍ଟର ଲଗାଉଥିଲେ।
ଆପ କର୍ମୀଙ୍କୁ ବିଜେପି କର୍ମୀଙ୍କ ମାଡ, 2 ହସ୍ପିଟାଲରେ ଭର୍ତ୍ତି - arvind kejriwal
ଆପ କର୍ମୀଙ୍କୁ ବିଜେପି କର୍ମୀଙ୍କ ମାଡ । ଗୁରୁତର ଅବସ୍ଥାରେ 2 ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ...
ଆପ କର୍ମୀଙ୍କୁ ବିଜେପି କର୍ମୀଙ୍କ ମାଡ
ଏହି ସମୟରେ ନିକଟରେ ଏକ ଦୋକାନରେ ଥିବା ଜଣେ ବ୍ୟକ୍ତିଙ୍କୁ ବିଦ୍ୟୁତ ଖୁଣ୍ଟରେ କରେଣ୍ଟ ଲାଗିବ କି ନାହିଁ ସେ ନେଇ ପଚାରିଲେ । ହେଲେ ସେ ଉତ୍ତରରେ ମୋଦିଙ୍କ କୃପାରୁ ଖୁଣ୍ଟରେ କରେଣ୍ଟ ଆସୁନଥିବା କହିଥିଲେ । ଫଳରେ ମୋଦିଙ୍କ ନାମ ଶୁଣି ରାଗିଯାଇଥିଲେ କର୍ମୀ। ସେହି ଯୁବକଙ୍କୁ ନିର୍ଧୁମ ମାଡ ମାରିଥିଲେ । ଫଳରେ ଏଥିରେ ଆଉ ଜଣେ ଯୁବକ ମଧ୍ୟ ଆହତ ହୋଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।