ଶ୍ରୀନଗର:କାଶ୍ମୀରରେ ପୁଣି ଜଣେ ବିଜେପି ନେତାଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ । ଦକ୍ଷିଣ କାଶ୍ମୀର କାଜିଗୁନ୍ଦ ଅଞ୍ଚଳର ୱାଇକେ ପୁରାରେ ଜଣେ ବିଜେପି ନେତାଙ୍କ ସମେତ 3 ଜଣ କର୍ମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ ।
ମୃତ ବିଜେପି ନେତା ଫିଦା ହୁସେନ ଇତ୍ତୁ ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଥିଲେ । ସୂଚନା ଅନୁଯାୟୀ ଆତଙ୍କବାଦୀ ୱାଇକେ ପୁରାରେ 3 ଜଣଙ୍କ ଉପରକୁ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ବିଜେପି ନେତା ଫିଦା ହୁଲେନଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ 2 ଜଣ ଆହତ ହୋଇଥିଲେ । ତେବେ ଆହତଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ସେମାନଙ୍କର ବି ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।