ଓଡିଶା

odisha

ETV Bharat / bharat

ବିଜେପି ୱେବସାଇଟ୍ ହ୍ୟାକ, ମୋଦିଙ୍କୁ ନେଇ ଅପଶବ୍ଦ ଲେଖିଲେ ହ୍ୟାକର୍ସ

ହ୍ୟାକ୍‌ ହେଲା ବିଜେପିର ଦଳୀୟ ୱେବସାଇଟ୍ । ୱେବସାଇଟ୍ ପେଜ୍ ଖୋଲୁ ଖୋଲୁ ଅପଶବ୍ଦ ଲେଖା ଓ ଫଟୋ ଦେଖିବାକୁ ମିଳୁଛି ।

By

Published : Mar 5, 2019, 3:29 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଚାଲିଛି ହ୍ୟାକ ୱାର୍‌ । ହ୍ୟାକର୍ସମାନଙ୍କ ନଜରରେ ବଡବଡ ସରକାରୀ ଅନୁଷ୍ଠାନ ଓ ରାଜନୈତିକ ଦଳ । ଏହିକ୍ରମରେ ହ୍ୟାକ୍‌ ହେଲା ବିଜେପିର ଦଳୀୟ ୱେବସାଇଟ୍ । ୱେବସାଇଟ୍ ପେଜ୍ ଖୋଲୁ ଖୋଲୁ ଅପଶବ୍ଦ ଲେଖା ଓ ଫଟୋ ଦେଖିବାକୁ ମିଳୁଛି ।

ହ୍ୟାକର୍ସ ୱେବସାଇଟ୍ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ମେମ୍‌କୁ ପେଜରେ ସେୟାର କରି ଅନେକ ଖରାପ ଭାଷାରେ ଲେଖିଛନ୍ତି । ବିଜେପି ତରଫରୁ ୱେବସାଇଟ ହ୍ୟାକ ହେବା ପରେ ବୟାନ ଆସିଛି । ପାର୍ଟି କହିଛି କି ୧୫ ରୁ ୨୦ ମିନିଟ ଭିତରେ ୱେବସାଇଟର ପୁନଃସ୍ଥାପନ କାମ ଚାଲୁ ରହିଛି ବୋଲି କୁହାଯାଇଛି ।

For All Latest Updates

ABOUT THE AUTHOR

...view details