କୋଲକାତା: ‘ଜୟ ଶ୍ରୀରାମ’, ‘ଜୟ ରାମଜୀ କୀ’, ‘ରାମ ନାମ ସତ୍ୟ ହେ’ ଆମ ପାଇଁ ଧାର୍ମିକ ଭାବନା । ଏପରି ଭାବନାକୁ ଆମେ ସମ୍ମାନ ଦେଉ । କିନ୍ତୁ ବିଜେପି ଜୟ ଶ୍ରୀରାମ ନାରାକୁ ଦଳୀୟ ସ୍ଳୋଗାନରେ ବ୍ୟବହାର କରି ରାଜନୀତିରେ ଧର୍ମକୁ ମିଶ୍ରଣ କରିବାକୁ ପ୍ରୟାସ କରୁଛି ବୋଲି ଫେସବୁକରେ ପୋଷ୍ଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ରବିବାର ମମତା ସାମାଜିକ ଗଣମାଧ୍ୟମରେ ନିଜର ମତାମତ ଜଣାଇ କହିଛନ୍ତି କୌଣସି ରାଜନୈତିକ ନାରା ଲଗାଇଲେ ମୋର ଅସୁବିଧା ନାହିଁ । କିନ୍ତୁ ଧର୍ମ ନାମରେ ବିଜେପି ରାଜନୀତି କରୁଛି, ଯାହା ନିନ୍ଦନୀୟ ।
' ବିଚାରଧାରାକୁ ନେଇ ବିଜେପି ହିଂସା ଓ ବର୍ବରତା କାଣ୍ଡ ଘଟାଇବାକୁ ଲଗାତର ପ୍ରୟାସ ଜାରି ରଖିଛି, ଯାହାକୁ ଆମେ ବିରୋଧ କରିବା ନିହାତି ଆବଶ୍ୟକ ।' ଟିଏମସିର ସୁପ୍ରିମୋ ଏହା ମଧ୍ୟ କହିଛନ୍ତି ବିଜେପି ବିଚାରଧାରାକୁ ନେଇ ପ୍ରଚାର କରୁଛି । ଯାହାକୁ ବିରୋଧ କରିବା ଜରୁରୀ ।
ଦୁଇଦିନ ପୂର୍ବେ ମମତାଙ୍କ କାରକେଡ଼ ଯାଉଥିବାବେଳେ ଜଣେ ସ୍ଥାନୀୟ ଯୁବକ ଜୟ ଶ୍ରୀରାମ କହିବାରୁ ଦିଦି କାରକେଡ ଅଟକାଇ ତାକୁ ତାଗିଦ କରିବା ସହ ଚମଡା ଉତରେଇ ଦେବେ ବୋଲି ଧମକ ଦେଇଥିଲେ । ଏହା ପରେ ବିଜେପି ମୁଖ୍ୟମନ୍ତ୍ରୀ ମମତାଙ୍କୁ 10 ଲକ୍ଷ ପତ୍ରରେ ‘ଜୟ ଶ୍ରୀରାମ’ ଲେଖି ପଠାଇବାକୁ ନିଷ୍ପତ୍ତି ନେଇଛି ।