ଓଡିଶା

odisha

ETV Bharat / bharat

ରାହୁଲ ଗାନ୍ଧୀଙ୍କ ପ୍ରଶ୍ନର ଉତ୍ତର ରଖିଲା ବିଜେପି, କିଛି ସମୟ ପରେ ଡିଲିଟ୍ ହେଲା ଟ୍ବିଟ - BJP tweet deleted

ରାଜନୈତିକ ଦଳଗୁଡିକ ପ୍ରାୟତଃ ସେମାନଙ୍କ ପ୍ରତିଦ୍ବନ୍ଦ୍ବୀ ଦଳକୁ ଟାର୍ଗେଟ କରିଥାନ୍ତି। କୋରୋନା ସଂକ୍ରମଣ ସମୟରେ ମଧ୍ୟ ରାଜନୈତିକ ଦଳ ପରସ୍ପରକୁ ଟାର୍ଗେଟ କରିବାରେ ପଛଘୁଞ୍ଚା ଦେଇ ନାହାଁନ୍ତି।

BJP tweet deleted
ରାହୁଲ ଗାନ୍ଧୀଙ୍କ ପ୍ରଶ୍ନର ଉତ୍ତର ରଖିଲା ବିଜେପି

By

Published : May 3, 2020, 10:54 AM IST

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡିକ ପ୍ରାୟତଃ ସେମାନଙ୍କ ପ୍ରତିଦ୍ବନ୍ଦ୍ବୀ ଦଳକୁ ଟାର୍ଗେଟ କରିଥାନ୍ତି। କୋରୋନା ସଂକ୍ରମଣ ସମୟରେ ମଧ୍ୟ ରାଜନୈତିକ ଦଳ ପରସ୍ପରକୁ ଟାର୍ଗେଟ କରିବାରେ ପଛଘୁଞ୍ଚା ଦେଇ ନାହାଁନ୍ତି। ଯେତେବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆରୋଗ୍ୟ ସେତୁ ଆପ୍ ଉପରେ ପ୍ରଶ୍ନ କରିଥିଲେ, ସେତେବେଳେ ବିଜେପି ନିଜ ଟ୍ବିଟର ହ୍ୟାଣ୍ଡେଲରୁ ରାହୁଲ ଗାନ୍ଧୀଙ୍କ ଟ୍ବିଟର ଉତ୍ତର ଦେଇଥିଲା । ମାତ୍ର କିଛି ମିନିଟ ପରେ ସେ ଟ୍ବିଟକୁ ହଟାଇବାକୁ ପଡିଥିଲା ।

ପ୍ରକାଶଥାଉକି, କେନ୍ଦ୍ର ସରକାରଙ୍କ ତରଫରୁ ଆରୋଗ୍ୟ ସେତୁ ଆପ କୋରୋନା ବିରୋଧରେ ଲଢିବାରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ଆରୋଗ୍ୟ ସେତୁ ଆପ ଡାଉନଲୋଡ୍ କରିବାକୁ ସରକାର କ୍ରମାଗତ ଭାବରେ ଲୋକଙ୍କୁ ନିବେଦନ କରୁଛନ୍ତି। ଏହି ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ବିଟ୍ କରି ଆରୋଗ୍ୟ ସେତୁ ଆପ୍ ଉପରେ ପ୍ରଶ୍ନ ଉଠାଇଥିଲେ । ଡାଟା ସୁରକ୍ଷା ଓ ଗୋପନୀୟତା ବିଷୟରେ ଚିନ୍ତା ପ୍ରକଟ କରିଥିଲେ।

ବିଜେପି ଜବାବରେ ଏକ ଫଟୋ ପୋଷ୍ଟ କରିବା ସହ ଏକ ପ୍ରଶ୍ନ କରିଥିଲା । ଫଟୋରେ ଗୋଟେ ପାଣି ଟାଙ୍କି ରହିଛି । ପାଣି ଟାଙ୍କି ଉପରେ କଂଗ୍ରେସ ଲେଖାଯାଇଛି ଓ ଟାଙ୍କି ଉପରେ ଜଣେ ପଶୁ ଠିଆ ହୋଇଛି । କିଛି ସମୟ ପରେ ଏହି ଟ୍ବିଟକୁ ଡିଲିଟ୍ କରାଯାଇଥିଲା ।

ABOUT THE AUTHOR

...view details