ଓଡିଶା

odisha

ETV Bharat / bharat

ଦିଲ୍ଲୀ ନିର୍ବାଚନ ବିଫଳତା: ବୁଧବାର ବିଜେପିର ମାନସ ମନ୍ଥନ - ଆଜି ବିଜେପିର ମାନସ ମନ୍ଥନ

ଦିଲ୍ଲୀ ନିର୍ବାଚନରେ ବିଫଳ ହୋଇଛି କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି(ବିଜେପି)। ବୁଧବାର ସନ୍ଧ୍ୟା 5ଟାରେ ବିଫଳତାର ସମୀକ୍ଷା କରିବ ବିଜେପି । ଏନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳୀୟ ସାଧାରଣ ସମ୍ପାଦକଙ୍କ ବୈଠକ ଡାକିଛନ୍ତି ।

BJP to review Delhi poll results today
ଦିଲ୍ଲୀ ନିର୍ବାଚନ ବିଫଳତା: ଆଜି ବିଜେପିର ମାନସ ମନ୍ଥନ

By

Published : Feb 12, 2020, 4:50 PM IST

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ବିଜେପି ଆଶାନୁସାରେ ସଫଳତା ହାସଲ କରିପାରିନାହିଁ । ଏନେଇ ବୁଧବାର ଦଳ ପକ୍ଷରୁ ସନ୍ଧ୍ୟା 5ଟାରେ ସମୀକ୍ଷା ବୈଠକ ଡକାଯାଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦ୍ବାରା ଡକାଯାଇଥିବା ବୈଠକରେ ପରାଜୟର ସମୀକ୍ଷା କରାଯିବ । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଦଳର ସାଧାରଣ ସମ୍ପାଦକ ଯୋଗ ଦେବେ ।

ଦିଲ୍ଲୀ ନିର୍ବାଚନରେ ସଫଳତା ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରୟାସ କରାଯାଇଥିଲା । ଏଥିରେ ବିଜେପି ନିଜର ଆଗ ଧାଡିର ନେତାଙ୍କୁ ପ୍ରଚାର ମୈଦାନକୁ ଆଣିଥିଲା । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ନିଜେ ପ୍ରଧାନମନ୍ତ୍ରୀ ମାରାଥନ ପ୍ରଚାର କରିଥିଲେ । ରାମ ମନ୍ଦିର ନିର୍ମାଣ, ଧାରା 370 ଉଚ୍ଛେଦ ଭଳି ପ୍ରସଙ୍ଗକୁ ମଧ୍ୟ ବିଜେପି ନିଜ ପ୍ରଚାରରେ ସାମିଲ କରିଥିଲା । ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ବରେ ନିର୍ବାଚନ ପରିଚାଳନା କରାଯାଇଥିଲା । ହେଲେ ଏସବୁ ସତ୍ତ୍ବେ ବିଜେପିକୁ ସେପରି ସଫଳତା ମିଳିନାହିଁ । ଦିଲ୍ଲୀର ମୋଟ 70 ଆସନରୁ ମାତ୍ର 8ଟି ସିଟେ୍‌ରେ ବିଜେପିକୁ ସନ୍ତୁଷ୍ଟ ହେବାକୁ ପଡିଛି । ଯାହାକୁ ନେଇ ଆୟୋଜିତ ହେବାକୁ ଥିବା ବୈଠକରେ ମାନସ ମନ୍ଥନ କରାଯିବ । କେଉଁ ପରିସ୍ଥିତିରେ ବିଜେପି ବିଫଳ ହେଲା ଓ କେଉଁ କାରକ ଏଥିପାଇଁ ଦାୟୀ ତାହା ତର୍ଜମା କରାଯିବ ।

ଫଳାଫଳ ଘୋଷଣା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ପରାଜୟକୁ ସ୍ବୀକାର କରିଛନ୍ତି । ସେହିପରି ବିରୋଧି ଭାବରେ ଦିଲ୍ଲୀରେ ବିଜେପି ନିଜର କାର୍ଯ୍ୟ କରିବା ସହ ରାଜ୍ୟର ବିଭିନ୍ନ ସମସ୍ୟାକୁ ଦଳ ଗୁରୁତ୍ବ ଦେବ ବୋଲି ସେ ପ୍ରକାଶ କରିଛନ୍ତି ।

ABOUT THE AUTHOR

...view details