ଓଡିଶା

odisha

ଶପଥ ପୂର୍ବରୁ ମନ୍ଦିର ଗଲେ ୟେଦୁରପ୍ପା

ସଂନ୍ଧ୍ୟାରେ ଶପଥ ନେଇପାରନ୍ତି ୟେଦୁରପ୍ପା । ସେଥିପାଇଁ ଆରମ୍ଭ କରିଛନ୍ତି ପ୍ରସ୍ତୁତି । ଶପଥ ନେବାକୁ ଆଉ ସ୍ବଳ୍ପ ସମୟ ବାକି ଥିବା ବେଳେ ମନ୍ଦିର ଯାଇ ପୂଜା ଅର୍ଚ୍ଚନା କରିଛନ୍ତି ରାଜ୍ୟ ବିଜେପି ମୁଖିଆ ।

By

Published : Jul 26, 2019, 5:57 PM IST

Published : Jul 26, 2019, 5:57 PM IST

ଫଟୋ ସୌଜନ୍ୟ: ଏଏନ୍ଆଇ

ବେଙ୍ଗାଲୁରୁ: ଆଜି ସଂନ୍ଧ୍ୟା 6 ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବି.ଏସ ୟେଦୁରପ୍ପା । ଏହା ପୂର୍ବରୁ କଡୁ ମଲେଶ୍ବର ମନ୍ଦିର ଯାଇ ଠାକୁରଙ୍କୁ ଦର୍ଶନ କରିଛନ୍ତି ବିଜେପି ରାଜ୍ୟ ସଭାପତି । ଏହାର କିଛି ସମୟ ପୂର୍ବରୁ ୟେଦୁରପ୍ପା ଦଳୀୟ ନେତାଙ୍କ ସହ ରାଜ୍ଯ ବିଜେପି କାର୍ଯ୍ୟାଳୟରେ ପହଁଚିଥିଲେ ।

ଶପଥ ନେବାର କେଇ ମୁହୂର୍ତ୍ତ ପୂର୍ବରୁ ବେଙ୍ଗାଲୁରୁର ଏକ ମନ୍ଦିରରେ ପୂଜା ଅର୍ଚ୍ଚନା ଆରମ୍ଭ କରିଛନ୍ତି ବିଜେପି ନେତା । ଜେଡ଼ିଏସ-କଂଗ୍ରେସ ମଧ୍ୟରେ ଦଳୀୟ କନ୍ଦଳ ଓ ବିଦ୍ରୋହୀ ବିଧାୟକଙ୍କ ବିରୋଧ ପରେ ସତ୍ତା ହରାଇଥିଲେ କୁମାରସ୍ବାମୀ । ବିଧାନସଭାରେ ସାବ୍ୟସ୍ତ କରିପାରିନଥିଲେ ବହୁମତ । ଫଳରେ ବିଜେପି ସଂଖ୍ୟା ଗରିଷ୍ଠତା ଥିବା ଦର୍ଶାଇ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ସରକାର ଗଠନ ପାଇଁ ଦାବି କରିଥିଲା ।

ABOUT THE AUTHOR

...view details