ଓଡିଶା

odisha

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଆଶା-ଆଶଙ୍କା, ବିଜେପି ଉପରେ ବର୍ଷିଲେ ନୱାବ

By

Published : May 26, 2020, 2:53 PM IST

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବା ନେଇ ଅପପ୍ରଚାର କରୁଛି ବିଜେପି । ଏନସିପି ନେତା ନୱାବ ମଲ୍ଲିକ ଏଭଳି ଢଙ୍ଗରେ ସୋମବାର ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି।

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଆଶା ଆଶଙ୍କା, ବିଜେପି ଉପରେ ବର୍ଷିଲେ ନୱାବ
ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଆଶା ଆଶଙ୍କା, ବିଜେପି ଉପରେ ବର୍ଷିଲେ ନୱାବ

ମୁମ୍ବାଇ: ବିଜେପି ମିଥ୍ୟା ପ୍ରଚାର ଓ ପ୍ରସାରରେ ବିଶ୍ବାସ ରଖେ। ବର୍ତ୍ତମାନ ସମୟରେ ବିରୋଧୀ ଦଳ କେବଳ ଗୁଜବ କରିବାରେ ଲାଗିପଡିଛି। ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବା ନେଇ ଅପପ୍ରଚାର କରୁଛି ବିଜେପି ।

ଏନସିପି ନେତା ନୱାବ ମଲ୍ଲିକ ଏଭଳି ଢଙ୍ଗରେ ସୋମବାର ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି। ସେ ପୁଣି କହିଛନ୍ତି ମହାରାଷ୍ଟ୍ର ଅଘାଡି ମେଣ୍ଟ ସରକାର ସଙ୍ଗଠିତ ଏବଂ ଶକ୍ତିଶାଳୀ । ଆମେ ସ୍ଥିର ସରକାର ଗଠନ କରିବା ସହ 5 ବର୍ଷ ପର୍ଯ୍ୟନ୍ତ ଶାସନ କରିବୁ।

ପ୍ରକାଶ ଯେ ନିକଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ମାରାଥନ ବୈଠକ ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେବା ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ଯାହାକୁ ଆଜି ଖଣ୍ଡନ କରିଛନ୍ତି ଏନସିପି ନେତା ନୱାବ ମଲ୍ଲିକ।

ସେ ପୁଣି କହିଛନ୍ତି, ବର୍ତ୍ତମାନ ସମୟରେ ସରକାର ସମସ୍ତ ବଳ ଖଟାଇ ମହାମାରୀ ବିରୁଦ୍ଧରେ ମହାସଂଗ୍ରାମ ଜାରି ରଖିଛନ୍ତି। ଲୋକଙ୍କ ସହଯୋଗ ଏବଂ ସରକାରୀ କଳର ସଠିକ୍ କାମରେ ଆମେ କୋରୋନା ମହାମାରୀକୁ ପରାସ୍ତ କରିବୁ।

ABOUT THE AUTHOR

...view details