ଓଡିଶା

odisha

ପ୍ଲାଜମା ଦାନ କଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର

ପ୍ଲାଜମା ଦାନ କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ଗୁରୁଗ୍ରାମର ଏକ ଜଣାଶୁଣା ହସ୍ପିଟାଲରେ ପ୍ଲାଜମା ଦାନ କରିଛନ୍ତି ସମ୍ବିତ ।

By

Published : Jul 6, 2020, 2:47 PM IST

Published : Jul 6, 2020, 2:47 PM IST

Updated : Jul 6, 2020, 3:40 PM IST

ପ୍ଲାଜମା ଦାନ କଲେ ବିଜେପି ମୁଖାପାତ୍ର ସମ୍ବିତ ପାତ୍ର
ପ୍ଲାଜମା ଦାନ କଲେ ବିଜେପି ମୁଖାପାତ୍ର ସମ୍ବିତ ପାତ୍ର

ନୂଆଦିଲ୍ଲୀ: ପ୍ଲାଜମା ଦାନ କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ଗୁରୁଗ୍ରାମର ଏକ ଜଣାଶୁଣା ହସ୍ପିଟାଲରେ ପ୍ଲାଜମା ଦାନ କରିଛନ୍ତି ସମ୍ବିତ । ଏହାପରେ ସେ ଟ୍ବିଟ କରି କହିଛନ୍ତି, ‘ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ କର୍ମକର୍ତ୍ତାକୁ ସେବାମନବୃତ୍ତି ରଖିବାକୁ ଆହ୍ବାନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ମୁଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଆଶୀର୍ବାଦ ପାଇବା ପରେ ଆଜି ପ୍ଲାଜମା ଦାନ କରିଛି । ଆପଣଙ୍କୁ ଅନୁରୋଧ ଯେ କୋଭିଡରୁ ସୁସ୍ଥ ହୋଇଥିବା ଲୋକେ ପ୍ଲାଜମା ଦାନ କରନ୍ତୁ ’ ।

ପ୍ରକାଶଥାଉକି, ସମ୍ବିତ ପାତ୍ର ଏହି ହସ୍ପିଟାଲରେ ନିଜ ଚିକିତ୍ସା କରାଇଥିଲେ । ଗତ 25 ମେ ରେ କୋଭିଡ-19ରେ ଲକ୍ଷଣ ଦେଖାଯିବା ପରେ ବିଜେପି ମୁଖପାତ୍ର ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାପରେ କିଛି ଦିନ ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ସେ ନିଜେ ଟ୍ବିଟ କରି ଏହି ସୂଚନା ଦେଇଥିଲେ ।

କୋରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ପ୍ଲାଜମା କୋରୋନା ସଂକ୍ରମିତଙ୍କୁ ଚିକିତ୍ସା କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହେଉଛି । ଅନ୍ୟପକ୍ଷେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପ୍ଲାଜମା ଦାନ କରିବାକୁ ନିବେଦନ କରିଛନ୍ତି ।

Last Updated : Jul 6, 2020, 3:40 PM IST

ABOUT THE AUTHOR

...view details