ଓଡିଶା

odisha

ETV Bharat / bharat

ଗୁପକାର ଓ କଂଗ୍ରେସକୁ ଟାର୍ଗେଟ କଲା ବିଜେପି

ଗୁପକାର ଚୁକ୍ତି ଓ କଂଗ୍ରେସକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଜୋରଦାର ଟାର୍ଗେଟ କଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ରବିବାର ଜମ୍ମୁ କାଶ୍ମୀର କଂଗ୍ରେସ ମୁଖ୍ୟ ଗୁଲାମ ଅହମଦ ମୀର ଦେଇଥିବା ବୟାନକୁ ନେଇ ବର୍ଷିଲେ ବିଜେପି ମୁଖପାତ୍ର । ଅଧିକ ପଢନ୍ତୁ...

By

Published : Nov 16, 2020, 9:00 PM IST

ପ୍ରେସମିଟରେ ଗୁପକାର ଓ କଂଗ୍ରେସକୁ ଟାର୍ଗେଟ କଲା ବିଜେପି
ପ୍ରେସମିଟରେ ଗୁପକାର ଓ କଂଗ୍ରେସକୁ ଟାର୍ଗେଟ କଲା ବିଜେପି

ଶ୍ରୀନଗର:ଜମ୍ମୁ କାଶ୍ମୀରର ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ହୋଇଥିବା ଗୁପକାର ଚୁକ୍ତିକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଜୋରଦାର ଟାର୍ଗେଟ କଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ପାକିସ୍ତାନ ଓ ଚୀନ ଯାହା ଚାହୁଁଛନ୍ତି ଗୁପକାର ତାହା ଚାହୁଁଛି ବୋଲି ବିଜେପି ମୁଖପାତ୍ର କହିଛନ୍ତି । ରବିବାର ଜମ୍ମୁ କାଶ୍ମୀର କଂଗ୍ରେସ ମୁଖ୍ୟ ଗୁଲାମ ଅହମଦ ମୀର ଦେଇଥିବା ବୟାନକୁ ନେଇ ଜୋରଦାର ବିରୋଧ କଲେ ବିଜେପି ମୁଖପାତ୍ର ।

ପ୍ରେସମିଟରେ ଗୁପକାର ଓ କଂଗ୍ରେସକୁ ଟାର୍ଗେଟ କଲା ବିଜେପି

ଜମ୍ମୁ କାଶ୍ମୀରରେ ଧାରା 370ରୁ ପୁନଃ ଲାଗୁ କରିବା ନେଇ ଜମ୍ମୁ କାଶ୍ମୀରର ମୁଖ୍ୟ ରାଜନୈତିକ ଦଳ ନ୍ୟାସନାଲ କନଫରେନ୍ସ, ପିଡିପି, କଂଗ୍ରେସ ଓ ଅନ୍ୟାନ୍ୟ ମୋଟ 10 ଟି ରାଜନୈତିକ ଦଳ ମଧ୍ୟରେ ଗୁପକାର ଚୁକ୍ତି ହୋଇଛି । ରବିବାର ଗୁପକାର ଚୁକ୍ତିକୁ ନେଇ ଜମ୍ମୁ କାଶ୍ମୀର କଂଗ୍ରେସ ମୁଖ୍ୟ ଗୁଲାମ ଅହମଦ ମୀର କହିଥିଲେ କି ଆମେ ଜିଲ୍ଲା ବିକାଶ ନିର୍ବାଚନରେ ଭାଗନେବୁ । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରି, କେନ୍ଦ୍ରଶାସିତ ଅଞ୍ଚଳ ଭାବେ ବାଧ୍ୟତାମୂଳକ ଭାବରେ ଲାଗୁ କରାଯାଇଛି । ତାଙ୍କ (ବିଜେପି) ବିରୋଧରେ ଆମେ ଲଢିବୁ ବୋଲି ମୀର କହିଥିଲେ । ଏହାକୁ ନେଇ ଜୋରଦାର ବିରୋଧ କରିଛି ବଜେପି । ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଗୁପକାର ଚୁକ୍ତିର ଫାରୁକ ଅବଦୁଲ୍ଲା ଚୀନ ସହାୟତାରେ 370 ପୁନଃ ଲାଗୁ କରିବା ବୟାନ ଓ ମେହବୁବ୍ବା ମୁଫତିଙ୍କ ତ୍ରିରଙ୍ଗାକୁ ନେଇ ଦେଇଥିବା ବୟାନକୁ ନେଇ ଜୋରଦାର ଆକ୍ରମଣ କରିଥିଲେ । ସେହିପରି ବିଜେପି ମୁଖପାତ୍ର ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ କହିଛନ୍ତି, ଗୁପକାର ଦଳର ନେତାଙ୍କ ମନ୍ତବ୍ୟକୁ କଂଗ୍ରେସ ସମର୍ଥନ କରୁଛି କି ନାହିଁ ସ୍ପଷ୍ଟ ହେବା ଉଚିତ ।

ସୂଚନା ଥାଉକି ଧାରା 370 ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ଆସନ୍ତା ଡିସେମ୍ବରରେ ପ୍ରଥମ ଥର ପାଇଁ ଜିଲ୍ଲା ବିକାଶ ପରିଷଦ ନିର୍ବାଚନ (DDC) ଘୋଷଣା କରାଯାଇଛି । ଏହି ନିର୍ବାଚନରେ ସମସ୍ତ ରାଜନୈତିକ ଦଳ ଭାଗନେବେ ଏବଂ ଗୁପକାର ଚୁକ୍ତି ମଧ୍ୟ ସାମିଲ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details