ଓଡିଶା

odisha

ETV Bharat / bharat

ବିଜେପି ଜାରି କଲା ଆଉ ଏକ ଲିଷ୍ଟ, ଦିଲ୍ଲୀରୁ ମନୋଜ ତିୱାରୀଙ୍କୁ ଟିକେଟ

ଦଳ ଉତ୍ତର-ପୂର୍ବ ଦିଲ୍ଲୀରୁ ମନୋଜ ତିୱାରୀଙ୍କୁ ମଇଦାନକୁ ଓହ୍ଲାଇଛି । ସେହିପରି ପଶ୍ଚିମ ଦିଲ୍ଲୀରୁ ପ୍ରବେଶ ବର୍ମା, ଦକ୍ଷିଣ ଦିଲ୍ଲୀରୁ ରମେଶ ବିଧୁଡି ଓ ଚାନ୍ଦିନୀଚୌକରୁ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ଟିକେଟ ମିଳିଛି ।

By

Published : Apr 21, 2019, 10:21 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ବିଜେପି ଦିଲ୍ଲୀ ଲୋକସଭା ଆସନ ପାଇଁ ଘୋଷଣା କରିଛି ପ୍ରାର୍ଥୀ । ଦିଲ୍ଲୀର 7ଟି ଆସନରୁ ଦଳ 4ଟି ଆସନ ପାଇଁ ଘୋଷଣା କରିଛି ପ୍ରାର୍ଥୀଙ୍କ ନାଁ । ଏହାସହ ଦଳ ରବିବାର ପଞ୍ଜାବ, ମଧ୍ୟପ୍ରଦେଶ ଓ ୟୁପିର ଗୋଟିଏ ଗୋଟିଏ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ।

ଦଳ ଉତ୍ତର-ପୂର୍ବ ଦିଲ୍ଲୀରୁ ମନୋଜ ତିୱାରୀଙ୍କୁ ମଇଦାନକୁ ଓହ୍ଲାଇଛି । ସେହିପରି ପଶ୍ଚିମ ଦିଲ୍ଲୀରୁ ପ୍ରବେଶ ବର୍ମା, ଦକ୍ଷିଣ ଦିଲ୍ଲୀରୁ ରମେଶ ବିଧୁଡି ଓ ଚାନ୍ଦିନୀ ଚୌକରୁ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ଟିକେଟ ମିଳିଛି ।

ସେହିପରି ପଞ୍ଜାବର ଅମୃତସରରୁ ହରଦୀପ ପୁରୀ, ମଧ୍ୟପ୍ରଦେଶର ଇନ୍ଦୌରରୁ ଶଙ୍କର ଲାଲୱାନୀ ଓ ୟୁପିର ଘାସିରୁ ହରିନାରାୟଣ ରାଜଭରଙ୍କୁ ଟିକେଟ ଦେଇଛି ବିଜେପି । ଚଳିତ ଲୋକସଭା ନିର୍ବାଚନ ପାଇଁ ଦିଲ୍ଲୀର ସମସ୍ତ ଆସନରେ ଆମ ଆଦମୀ ପାର୍ଟି ନିଜ ପ୍ରାର୍ଥୀ ଘୋଷଣା କରିସାରିଛି । କେବଳ କଂଗ୍ରେସ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ ।

ABOUT THE AUTHOR

...view details