ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ସରିଛି ମତଦାନ । ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତ ହେଉଛି ସମସ୍ତ ରାଜନୈତିକ ଦଳ । ପ୍ରାର୍ଥୀ ଚୟନ ପାଇଁ ଦଳଗୁଡିକ କରୁଛନ୍ତି ମାନସ ମନ୍ଥନ । ଏହି କ୍ରମରେ ବିଜେପି ଆଜି ଜାରି କରିଛି ୨୨ତମ ପ୍ରାର୍ଥୀ ତାଲିକା । ଯେଉଁଥିରେ ରହିଛି ମଧ୍ୟପ୍ରଦେଶର ୪ ଜଣ ପ୍ରାର୍ଥୀଙ୍କ ନାଁ ।
୨୦୧୯ ମହାସମର: ଦିଗବିଜୟଙ୍କୁୁ ଟକ୍କର ଦେବେ ସ୍ବାଧୀ ପ୍ରଞ୍ଜା ଠାକୁର - laksabha
ଭୋପାଳର ହାଇ ପ୍ରୋଫାଇଲ ଆସନରୁ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂଙ୍କ ବିରୋଧରେ ବିଜେପି ସାଧ୍ବୀ ପ୍ରଞ୍ଜା ସିଂ ଠାକୁରଙ୍କୁ ମଇଦାନକୁ ଓହ୍ଲାଇଛି । ୨୦୦୮ର ମାଲେଗାଓଁ ବିସ୍ଫୋରଣରେ ପ୍ରଞ୍ଜା ଠାକୁରଙ୍କୁ ଗିରଫ କରାଯାଇଥିଲା । ପରେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା ।

ଫାଇଲ ଫଟୋ

ଏହାସହ ବିଜେପିର ଏହା ତାଲିକାରେ ଏମପିର ଗୁଣାରୁ ଡ. କେବି ଯାଦବ, ସାଗରରୁ ରାଜ ବାହାଦୂର ସିଂ ଓ ବିଦିଶାରୁ ରମାକାନ୍ତ ଭାର୍ଗବଙ୍କୁ ଟିକେଟ ମିଳିଛି ।