ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ରବିବାର ବିଜେପି ପକ୍ଷରୁ 32 ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯାଇଛି । ଯେଉଁଥିରେ ଉତ୍ତର ପ୍ରଦେଶ, ବିହାର, ଓଡିଶା, ଛତିଶଗଡ, ଆସାମ, ହିମାଚଳ ପ୍ରଦେଶ, କେରଳ, ମେଘାଳୟ, ମଧ୍ୟ ପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଏବଂ ତେଲେଙ୍ଗାନାର ଉପ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ରହିଛି ।
ବିଧାନସଭା ଉପନିର୍ବାଚନ; ପ୍ରାର୍ଥୀ ତାଲିକା ଦେଲା ବିଜେପି
ଦେଶରେ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି ।
ଫାଇଲ ଫଟୋ
ବିଜେପି ପକ୍ଷରୁ ଜାରି ଏହି ତାଲିକାରେ ଉତ୍ତର ପ୍ରଦେଶରୁ ସର୍ବାଧିକ ୧୦ ପ୍ରାର୍ଥୀ ରହିଛନ୍ତି। ଏହା ବ୍ୟତିତ ଏହି ତାଲିକାରେ ଆସାମରୁ ୪ ପ୍ରାର୍ଥୀ, ବିହାରରୁ ୧, ହିମାଚଳ ପ୍ରଦେଶରୁ ୨, କେରଳରୁ ୫, ମଧ୍ୟ ପ୍ରଦେଶ, ମେଘାଳୟ ଓ ଓଡ଼ିଶାରୁ ଜଣେ ଲେଖାଏଁ ପ୍ରାର୍ଥୀ ସାମିଲ ଅଛନ୍ତି। ସେହିପରି ପଞ୍ଜାବ, ରାଜସ୍ଥାନ, ସିକ୍କିମ ଓ ତେଲଙ୍ଗାନାରୁ ମଧ୍ୟ ଜଣେ ଲେଖାଏଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ ଯେ, 17 ରାଜ୍ୟର 64 ବିଧାନସଭା ଆସନ ପାଇଁ ଅକ୍ଟୋବର 21 ରେ ଉପନିର୍ବାଚନ ହେବ ।