ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ବିଜେପିର ଶୋଚନୀୟ ପରାଜୟ, ସମୀକ୍ଷା କରିବେ ନଡ୍ଡା - bjp president jp nadda

ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ବଡ ପରାଜୟର ସାମ୍ନା କରିବାକୁ ପଡିଛି । ଏହି ପରାଜୟର ସମୀକ୍ଷା କରିବା ଲାଗି ବୁଧବାର ମହାସଚିବଙ୍କ ବୈଠକ ଡାକିଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ।

bjp-president-jp-nadda
ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା

By

Published : Feb 12, 2020, 12:01 PM IST

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ବିଜେପିକୁ ବଡ ପରାଜୟର ସାମ୍ନା କରିବାକୁ ପଡିଛି । ଏହି ପରାଜୟ ବିଜେପିର ଶୀର୍ଷ ନେତୃତ୍ବକୁ ଝଟକା ଦେଇଛି । ବହୁ କସରତ ସତ୍ତ୍ବେ ବିଜେପି ନିଜର ଲକ୍ଷ୍ୟ ପୂରଣ କରିବାରେ ଅସମର୍ଥ ହୋଇଛି । ୭୦ ଆସନରୁ ୧୦ଟି ଆସନ ବି ହାସଲ କରବାକୁ ସକ୍ଷମ ହୋଇନାହିଁ ଦଳ । ତେବେ ଏହି ପରାଜୟର ସମୀକ୍ଷା କରିବା ଲାଗି ବୁଧବାର ମହାସଚିବଙ୍କ ବୈଠକ ଡାକିଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ।

ଏହି ସମୀକ୍ଷା ବୈଠକରେ ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହ ମଧ୍ୟ ଉପସ୍ଥିତ ରହିବେ । ଦଳର ଦୁଇ ବରିଷ୍ଠ ନେତା ଦଳର ପରାଜୟର ସମୀକ୍ଷା କରିବେ । ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନିଜର ସମସ୍ତ ଶକ୍ତି ପ୍ରୟୋଗ କରିଥିଲା ବିଜେପି । ପ୍ରାୟ 21 ଦିନ ଧରି ଚଳାଇଥିବା ଆକ୍ରାତ୍ମକ ପ୍ରଚାର ସତ୍ତ୍ବେ ଦିଲ୍ଲୀ ନିର୍ବାଚନରେ ବିଜେପିର ଡଙ୍ଗା ପାରି ହୋଇପାରି ନାହିଁ ।

ନିର୍ବାଚନ ମୈଦାନରେ ଦଳର ସମସ୍ତ ବରିଷ୍ଠ ନେତାଙ୍କୁ ଓହ୍ଲାଇଥିଲା ବିଜେପି । କେନ୍ଦ୍ରମନ୍ତ୍ରୀମାନେ ଦିଲ୍ଲୀରେ ପଦଯାତ୍ରା କରିଥିଲେ ତ ଖୋଦ ଚାଣକ୍ୟ ଦିଲ୍ଲୀର ଗଳିକନ୍ଦିରେ ରାଲି କରିଥିଲେ । ଏପରିକି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦଳ ପାଇଁ ପ୍ରଚାର କରିଥିଲେ ।

ବିଜେପି ପ୍ରଚାର ସମୟରେ ଆଞ୍ଚଳିକ ପ୍ରସଙ୍ଗ ବଦଳରେ ଶାହିନ ବାଗ, ଧାରା 370, ନାଗରିକତା ସଂଶୋଧନ ଆଇନ୍‌ ଏବଂ ରାମ ମନ୍ଦିର ପ୍ରସଙ୍ଗକୁ ଅଧିକ ଗୁରୁତ୍ବ ଦେଇଥିଲା । ଯାହା ଦଳର ବିଜୟ ପଥରେ କଣ୍ଟା ସାଜିଥିଲା । ତେବେ ନିର୍ବାଚନରେ ପରାଜୟ ପରେ ଦଳ ଅଧ୍ୟକ୍ଷ ଜେପି ନଡ୍ଡା ପରାଜୟ ସ୍ବୀକାର କରିଛନ୍ତି । ବିଜେପି ଜନାଦେଶକୁ ସ୍ବୀକାର କରିବା ସହ ବିପକ୍ଷର ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details