ଓଡିଶା

odisha

ETV Bharat / bharat

ଆଜି କୁମ୍ଭରେ ବୁଡ ପକାଇବେ ଶାହା

କୁମ୍ଭମେଳାରେ ବୁଡ ପକାଇବା ପାଇଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ନେତା ଓ ମନ୍ତ୍ରୀଙ୍କ ସୁଅ ଛୁଟୁଛି। ଏହି ମର୍ମରେ ବୁଧବାର ବିଜେପି ଅଧକ୍ଷ ଅମିତ ଶାହା ବୁଡ ପକାଇବା ପାଇଁ କୁମ୍ଭମେଳାରେ ଯୋଗ ଦେବେ ।

By

Published : Feb 13, 2019, 11:58 AM IST

ଫଟୋ ସୌଜନ୍ୟ: ସୋସିଆର ମିଡିଆ

ନୂଆଦିଲ୍ଲୀ: କୁମ୍ଭମେଳାରେ ବୁଡ ପକାଇବା ପାଇଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ନେତା ଓ ମନ୍ତ୍ରୀଙ୍କ ସୁଅ ଛୁଟୁଛି। ବୁଧବାର ବିଜେପି ଅଧକ୍ଷ ଅମିତ ଶାହା ବୁଡ ପକାଇବା ପାଇଁ କୁମ୍ଭମେଳାରେ ଯୋଗ ଦେବେ । ସେ ପବିତ୍ର ସଙ୍ଗମରେ ବୁଡ ପକାଇବା ସହ ସେ ସାଧୁସନ୍ଥଙ୍କ ସହ ଆଲୋଚନା କରିବାର ଯୋଜନା ରହିଛି ବୋଲି ଜଣାପଡ଼ିଛି ।

ଚଳିତ ବର୍ଷ କୁମ୍ଭମେଳା ଆରମ୍ଭରୁ ହିଁ ଖୁବ ଚର୍ଚ୍ଚାରେ ରହିଛି। ଶାହା ଏହି ଦିନିକିଆ ଗସ୍ତରେ ଗଙ୍ଗା ଓ ଯମୁନାର ସଙ୍ଗମସ୍ଥଳରେ ଜଳ ଅର୍ପଣ କରିବା ସହ ସାଧୁସନ୍ଥଙ୍କୁ ଭେଟିବେ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ନେଇ ମଧ୍ୟ ଆଲୋଚନା କରିବେ। ନିକଟରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କୁମ୍ଭମେଳାରେ ଯୋଗ ଦେଇଥିଲେ।

For All Latest Updates

ABOUT THE AUTHOR

...view details