ନୂଆଦିଲ୍ଲୀ: ଦିଲ୍ଲୀ ବିଜେପିର ନୂତନ ଦାୟିତ୍ବ ତୁଲାଇଥିବା ରାଜ୍ୟ ଅଧ୍ୟକ୍ଷ ଆଦେଶ ଗୁପ୍ତାଙ୍କୁ ପୋଲିସ ଅଟକ ରଖିଛି। ଲକଡାଉନ୍ ପଡିଥିବା ବେଳେ ରାଜଘାଟରେ ଦିଲ୍ଲୀର ସ୍ବାସ୍ଥ୍ୟ ସେବା ଅବସ୍ଥା ଖରାପ ହେବା ବିରୋଧରେ ଆଦେଶ ଗୁପ୍ତା ବିରୋଧ କରିଛନ୍ତି। ଏହି ପ୍ରଦର୍ଶନରେ ଦିଲ୍ଲୀ ବିଜେପିର ସମସ୍ତ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟପକ୍ଷେ ପୋଲିସ ଆଦେଶଙ୍କୁ ରାଜେନ୍ଦ୍ରନଗର ପୋଲିସ ଷ୍ଟେସନକୁ ନେଇଯାଇଛି ।
ଦିଲ୍ଲୀରେ ବିପର୍ଯ୍ୟୟ ସ୍ବାସ୍ଥ୍ୟବସ୍ଥାକୁ ନେଇ ଆଦେଶ ଗୁପ୍ତାଙ୍କ ପ୍ରତିବାଦ - bjp president adesh gupta
ଦିଲ୍ଲୀ ବିଜେପିର ନୂତନ ଦାୟିତ୍ବ ତୁଲାଇଥିବା ରାଜ୍ୟ ଅଧ୍ୟକ୍ଷ ଆଦେଶ ଗୁପ୍ତାଙ୍କୁ ପୋଲିସ ଅଟକ ରଖିଛି । ଲକଡାଉନ୍ ପଡିଥିବାବେଳେ ରାଜଘାଟରେ ଦିଲ୍ଲୀର ସ୍ବାସ୍ଥ୍ୟ ସେବା ଅବସ୍ଥା ଖରାପ ହେବା ବିରୋଧରେ ଆଦେଶ ଗୁପ୍ତା ବିରୋଧ କରିଛନ୍ତି।
![ଦିଲ୍ଲୀରେ ବିପର୍ଯ୍ୟୟ ସ୍ବାସ୍ଥ୍ୟବସ୍ଥାକୁ ନେଇ ଆଦେଶ ଗୁପ୍ତାଙ୍କ ପ୍ରତିବାଦ bjp president adesh gupta](https://etvbharatimages.akamaized.net/etvbharat/prod-images/768-512-7513969-392-7513969-1591519399310.jpg)
ଦିଲ୍ଲୀ ବିଜେପି ଅଭିଯୋଗ କରିଛି ଯେ କୋରୋନା ସଂକ୍ରମଣ ପରେ ଦିଲ୍ଲୀରେ ସ୍ବାସ୍ଥ୍ୟ ସେବାର ଅବସ୍ଥା ବିଗିଡି ଯାଇଛି। ଲୋକମାନେ ଡାକ୍ତରଖାନାରେ ଶଯ୍ୟା ପାଇପାରୁ ନାହାଁନ୍ତି ଓ ସେମାନେ ଏଠାକୁ ନେଇ ବିବ୍ରତ ହେଉଛନ୍ତି । ରବିବାର ଏହାକୁ ନେଇ ରାଜଘାଟରେ ଦିଲ୍ଲୀ ବିଜେପି ଏହା ବିରୋଧରେ ପ୍ରଦର୍ଶନ କରିଥିଲା। ସେପଟେ ପୋଲିସ ଆଦେଶ ଗୁପ୍ତାଙ୍କୁ ଗିରଫ କରିଥିଲା।
ପୋଲିସ ଦଳର ଅନ୍ୟ ନେତାଙ୍କୁ ମଧ୍ୟ ଅଟକ ରଖିଛି। ରିପୋର୍ଟ ଅନୁଯାୟୀ, କେଜ୍ରିୱାଲ ସରକାରଙ୍କ ନିଷ୍ପତ୍ତି ବିରୋଧରେ ବିଜେପି ନେତାମାନେ ମଧ୍ୟ ବିରୋଧ କରିଥିଲେ ଯେଉଁଥିରେ କେଜ୍ରିୱାଲ ସରକାର କେବଳ ଦିଲ୍ଲୀ ରୋଗୀଙ୍କୁ କେବଳ ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା ଡାକ୍ତରଖାନା ଓ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଛନ୍ତି।