ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ବୟାନବାଜି ସେତେ ବଢିବାରେ ଲାଗିଛି । ନୂଆବର୍ଷର ପ୍ରଥମ ଦିନରେ ହିଁ କଂଗ୍ରେସ ଏବଂ ଆମ ଆଦମି ପାର୍ଟି(ଆପ) ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ବିଜେପି । ନାଗରିକତା ସଂଶୋଧନ ଆଇନ୍(ସିଏଏ) ଏବଂ ଜାତୀୟ ନାଗରିକତା ପଞ୍ଜୀକରଣ(ଏନଆରସି)କୁ ନେଇ ଦିଲ୍ଲୀରେ ହୋଇଥିବା ହିଂସାତ୍ମକ କାର୍ଯ୍ୟକଳାପ ପଛରେ କଂଗ୍ରେସ ଏବଂ ଆପ୍ର ହାତ ଅଛି ବୋଲି ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି । ଏହା ସହିତ ଉଭୟ ଦଳ ଏଥିପାଇଁ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି ।
'ସିଏଏ ହିଂସା ପାଇଁ କଂଗ୍ରେସ-ଆପ ଦାୟୀ'
ନାଗରିକତା ସଂଶୋଧନ ଆଇନ୍(ସିଏଏ) ଏବଂ ଜାତୀୟ ନାଗରିକତା ପଞ୍ଜୀକରଣ(ଏନଆରସି)କୁ ନେଇ ଦିଲ୍ଲୀରେ ହୋଇଥିବା ହିଂସାତ୍ମକ କାର୍ଯ୍ୟକଳାପ ପଛରେ କଂଗ୍ରେସ ଏବଂ ଆପ୍ର ହାତ ଥିବା ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ।
ଫାଇଲ ଫଟୋ
ସାମ୍ବାଦିକ ସମ୍ମିଳନୀ କରି ଜାବଡେକର କହିଛନ୍ତି, ଦିଲ୍ଲୀ ଭଳି ଶାନ୍ତିପ୍ରିୟ ସହରରେ ସିଏଏକୁ ନେଇ ହୋଇଥିବା ହିଂସା ପାଇଁ ଶାସକ ଦଳ ଆପ ଏବଂ କଂଗ୍ରେସ ଦାୟୀ । କାରଣ ଏମାନେ ହିଂସାତ୍ମକ କାର୍ଯ୍ୟକଳାପରେ ମୁକ ସାଜିଛନ୍ତି । ଉଭୟ ଦଳ ହିଂସା ପାଇଁ ଲୋକଙ୍କୁ ଉସୁକାଇବାର କାର୍ଯ୍ୟ କରୁଛନ୍ତି । ସିଏଏ ନେଇ ଭୁଲ ସୂଚନା ଦେବା ଏବଂ ସମ୍ପତ୍ତି କ୍ଷୟକ୍ଷତି ପାଇଁ ସେମାନଙ୍କୁ କ୍ଷମା ମାଗିବା ଉଚିତ ବୋଲି ସେ କହିଛନ୍ତି ।