ନୂଆଦିଲ୍ଲୀ: ମହାମାରୀ କୋରୋନାର ଭୟାବହତା ସାରା ବିଶ୍ବରେ ଦେଖାଦେଇଛି। ଏହାର ପ୍ରଭାବ ଭାରତରେ ମଧ୍ୟ ପଡିଛି । ଦିନକୁ ଦିନ କୋରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କୋରୋନାର କାୟା ବିସ୍ତାରକୁ ଦେଖି ଭାରତୀୟ ଜନତା ପାର୍ଟି ତାର ସମସ୍ତ ଦଳୀୟ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛି । ଏନେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।
କୋରୋନା ଭୟ: ବିଜେପିର ସମସ୍ତ ଦଳୀୟ କାର୍ଯ୍ୟକ୍ରମ ସ୍ଥଗିତ - ବିଜେପିର ସମସ୍ତ ଦଳୀୟ କାର୍ଯ୍ୟକ୍ରମ ସ୍ଥଗିତ
କୋରୋନାର କାୟା ବିସ୍ତାରକୁ ଦେଖି ଭାରତୀୟ ଜନତା ପାର୍ଟି ତାର ସମସ୍ତ ଦଳୀୟ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛି । ଏନେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି ଜନ ଜାଗରଣ ସଚେତନତା ମାଧ୍ୟମରେ କୋରୋନା ସଂକ୍ରମଣକୁ ନେଇ ଲୋକଙ୍କ ମଧ୍ୟ ସଚେତନ ସୃଷ୍ଟି କରାଯିବ। କୋରୋନାରୁ ସୁରକ୍ଷିତ ରହିବା ପାଇଁ ଲୋକଙ୍କୁ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଆବଶ୍ୟକତା ରହିଛି । କୋରୋନାକୁ ନେଇ ସାରା ବିଶ୍ବରେ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ଖେଳିଯାଇଛି ।
ସୂଚନାଯୋଗ୍ୟ ଚୀନର ୟୁହାନ ପ୍ରଦେଶରେ ସୃଷ୍ଟି ହୋଇଥିବା କୋରୋନା ଭାଇରସ ସାରା ବିଶ୍ବକୁ କବଳିତ କରିଛି । ଭାରତରେ ବର୍ତ୍ତମାନ 108 ଜଣ କୋରୋନା ଆକ୍ରାନ୍ତ ହୋଇଥିଲା ବେଳେ ଦୁଇଜଣ ପ୍ରାଣ ହରାଇଛନ୍ତି । ପୃଥିବୀର ପ୍ରାୟ 138ଟି ରାଷ୍ଟ୍ରର ଏହି ରୋଗ ବ୍ୟାପିଛି । ସାରା ବିଶ୍ବରେ କୋରନା ରୋଗର ଶିକାର ହୋଇ 5000ରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି ।