ଓଡିଶା

odisha

ମଣିପୁର ରାଜନୈତିକ ସଙ୍କଟ; ବିଜେପି-ଏନପିପି ମଧ୍ୟରେ ଆଲୋଚନା

By

Published : Jun 24, 2020, 9:32 AM IST

ମଣିପୁରରେ ଦେଖାଦେଇଥିବା ରାଜନୈତିକ ସଙ୍କଟକୁ ପୁଣି ଟ୍ରାକକୁ ଫେରାଇ ଆଣିବାକୁ ଚାଲିଛି ପ୍ରୟାସ । ବିଜେପି ନେତୃତ୍ବାଧୀନ ସରକାରରେ ଦେଖାଦେଇଥିବା ଅସ୍ଥିରତାକୁ ସମାଧାନ କରିବା ଲାଗି ବିଜେପି-ଏନପିପି ମଧ୍ୟରେ ଆଲୋଚନା କରାଯାଉଛି ।

ମଣିପୁର ରାଜନୈତିକ ସଙ୍କଟ; ବିଜେପି-ଏନପିପି ମଧ୍ୟରେ ଆଲୋଚନା
ମଣିପୁର ରାଜନୈତିକ ସଙ୍କଟ; ବିଜେପି-ଏନପିପି ମଧ୍ୟରେ ଆଲୋଚନା

ଇମ୍ଫାଲ: ମଣିପୁରରେ ଦେଖାଦେଇଥିବା ରାଜନୈତିକ ସଙ୍କଟକୁ ପୁଣି ଟ୍ରାକକୁ ଫେରାଇ ଆଣିବାକୁ ଚାଲିଛି ପ୍ରୟାସ । ବିଜେପି ନେତୃତ୍ବାଧିନ ସରକାରରେ ଦେଖାଦେଇଥିବା ଅସ୍ଥିରତାକୁ ସମାଧାନ କରିବା ଲାଗି ବିଜେପି-ଏନପିପି ମଧ୍ୟରେ ଆଲୋଚନା କରାଯାଉଛି ।

ଭାରତୀୟ ଜନତା ପାର୍ଟି(ବିଜେପି) ଓ ନ୍ୟାସନାଲ ପିପୁଲ୍ସ ପାର୍ଟି(ଏନପିପି) ଏନେଇ ପ୍ରୟାସ ଜାରି ରଖିଛନ୍ତି । ଦୁଇ ଦଳ ମଧ୍ୟରେ ମଣିପୁରରେ ଦେଖାଦେଇଥିବା ମତଭେଦ ଦୂର କରିବା ଲାଗି ପଡୋଶୀ ରାଜ୍ୟର ନେତୃବୃନ୍ଦ ପ୍ରୟାସ ଆରମ୍ଭ କରିଛନ୍ତି ।

ମେଘାଳୟ ମୁଖ୍ୟମନ୍ତ୍ରୀ ତଥା ଏନପିପି ସଭାପତି କନରାଡ ସାଙ୍ଗମା ଓ ଆସାମ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଏନେଇ ଇମ୍ଫାଲରେ ପହଞ୍ଚି ନିଜ ନିଜ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ମିଳିତ ଭାବେ ଓ ଅଲଗା ହୋଇ ସମସ୍ତଙ୍କୁ ଭେଟିଛନ୍ତି । ତେବେ ବୈଠକରେ କଣ ନିଷ୍କର୍ସ ବାହାରିଛି ତାହା ସାମ୍ନାକୁ ଆସିନାହିଁ ।

ସେପଟେ ବୈଠକ ପରେ 4 ଏନପିପି ବିଧାୟକଙ୍କୁ ନେଇ ଉଭୟ ଦିଲ୍ଲୀ ଯାଇଛନ୍ତି । ତେବେ ଏନପିପି ବିଧାୟକଙ୍କର କିଛି ସମସ୍ୟା ରହିଛି । ଯାହା ପରବର୍ତ୍ତୀ ଆଲୋଚନାରେ ସମାଧାନ ହୋଇପାରିବ । ସେମାନଙ୍କ ସହ ଆମର ବରିଷ୍ଠ ନେତା ଆଲୋଚନା କରିବେ । ସେମାନେ ଆମର ବନ୍ଧୁ । ଆମକୁ ଆରମ୍ଭରୁ ସମର୍ଥନ ଦେଇ ଆସିଛନ୍ତି । ମୁଁ ଭାବୁଛି ଏହି ସମସ୍ୟାର ସମାଧାନ ଖୁବଶୀଘ୍ର ହେବ ବୋଲି ଦିଲ୍ଲୀ ଯିବା ପୂର୍ବରୁ ଆସାମ ଅର୍ଥମନ୍ତ୍ରୀ କହିଛନ୍ତି ।

ସୂଚନାଥାଉକି, ମଣିପୁରରେ ବିଜେପି ନେତୃତ୍ବାଧୀନ ସରକାର ଥିବାବେଳେ କିଛି ଦିନ ତଳେ ବିଜେପିର 3 ବିଧାୟକ ଦଳ ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । ସେହିପରି ଏନପିପିର 4 ବିଧାୟକ ଓ ଜଣେ ସ୍ବାଧୀନ ଓ ଜଣେ ତୃଣମୂଳ କଂଗ୍ରେସ ବିଧାୟକ ସରକାରରୁ ନିଜର ସମର୍ଥନ ପ୍ରତ୍ୟାହାର କରିଛନ୍ତି । ଯେଉଁଥିଲାଗି ମଣିପୁରରେ ସରକାର ସଙ୍କଟରେ ପଡିଛି ।

@ANI

ABOUT THE AUTHOR

...view details