ନୂଆଦିଲ୍ଲୀ: ଗତ ଶୁକ୍ରବାର ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲାକୋଟରେ ହୋଇଥିବା ଏୟାରଷ୍ଟ୍ରାଇକର ପ୍ରମୋଶନାଲ ଭିଡିଓ ଜାରି ହେବା ପରେ ଉଭୟ ପାକିସ୍ତାନ ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।
‘ସାରା ଦେଶ ବାୟୁସେନାର କାର୍ଯ୍ୟାନୁଷ୍ଠାନରେ ସହମତ ଥିଲା । ମାତ୍ର ଦେଶର କିଛି ବିରୋଧୀ ଦଳ ଓ ପାକିସ୍ତାନ ବିଭିନ୍ନ ମଞ୍ଚରେ ଏହାର ପ୍ରମାଣ ବାୟୁସେନାକୁ ମାଗୁଥିଲେ । ଏହା ପୂର୍ବରୁ ଅନେକ ପ୍ରମାଣ ଦିଆଯାଇଛି । ଏବେ ବାଲାକୋଟ ଉପରେ ଜାରି ଭିଡିଓ ସବୁଠୁ ବଡ ପ୍ରମାଣ ।’ ଏପରି ପ୍ରତିକ୍ରିୟା ରଖି ଉଭୟ ପାକିସ୍ତାନ ଓ ବିରୋଧୀ କଂଗ୍ରେସ ଉପରେ ବର୍ଷିଛନ୍ତି ସେ ।